ଲସ୍‌ ଏଞ୍ଜେଲ୍‌ସରେ କ୍ରିକେଟ୍‌ ଷ୍ଟାଡିୟମ୍‌ ନିର୍ମାଣ କରିବ ଶାହରୁଖଙ୍କ କେଆର୍‌ଜି

ନୂଆଦିଲ୍ଲୀ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସର ମାଲିକ ତଥା ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପରିଚାଳନାଧୀନ ଦି ନାଇଟ୍‌ ରାଇଡର୍ସ ଗ୍ରୁପ୍‌ (କେଆର୍‌ଜି) ଲସ୍‌ ଏଞ୍ଜେଲ୍‌ସରେ ଏକ କ୍ରିକେଟ୍‌ ଷ୍ଟାଡିୟମ୍‌ ନିର୍ମାଣ କରିବ। ମେଜର ଲିଗ୍‌ କ୍ରିକେଟ୍‌ (ଏମ୍‌ସିଏଲ୍‌)ର ସମର୍ଥନରେ ଏହି ଷ୍ଟାଡିୟମ୍‌ ନିର୍ମାଣ ହେବ ବୋଲି କେଆର୍‌ଜି ଶୁକ୍ରବାର ଘୋଷଣା କରିଛି। ଏହି ଷ୍ଟାଡିୟମ୍‌ ୧୫ ଏକର ଜମି ଉପରେ ନିର୍ମିତ ହେବ। ଆଜାମୀ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ହେବାକୁ ଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଅଲିମ୍ପିକ୍‌ ଆଉ ୬ ବର୍ଷ ଥିବାରୁ ଏହା ଭିତରେ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରିବ ବୋଲି କେଆର୍‌ଜି ପକ୍ଷରୁ କୁହାଯାଇଛି। ଏଥିପାଇଁ ଆମେ ଆମେରିକାରେ ଏମ୍‌ସିଏଲ୍‌ରେ ପୁଞ୍ଜି ବିନିଯୋଗ କରିବୁ। ଆମେରିକାରେ କ୍ରିକେଟ୍‌ର ଭବିଷ୍ୟତ ଉଜ୍ଜଳ ବୋଲି ଆମର ବିଶ୍ବାସ ରହିଛି। ସେଠାରେ ଏକ ବିଶ୍ବସ୍ତରୀୟ କ୍ରଇକେଟ୍‌ ଷ୍ଟାଡିୟମ୍‌ ନିର୍ମାଣ କରି ନାଇଟ୍‌ ରାଇଡର୍ସ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ବିଶ୍ବ ବ୍ରାଣ୍ଡ ହୋଇପାରିବ ବୋଲି କେଆର୍‌ଜି ମାଲିକ ଶାହରୁଖ ଖାନ୍‌ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଉଭୟ କେକେଆର୍‌ ଏବଂ ତ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସର ମାଲିକ ଥିବା କେଆର୍‌ଜି ଏମ୍‌ସିଏଲ୍‌ରେ ପୁଞ୍ଜି ନିବେଶ କରୁଛି।

ସମ୍ବନ୍ଧିତ ଖବର