ଚଳିତ ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା (ସାଗ୍‌)ରେ ଭାରତର ପଦକ ସଂଖ୍ୟା ୭୦କୁ ବଢ଼ିଲା

କାଠମାଣ୍ଡୁ (ନେପାଳ) : ଚଳିତ ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା (ସାଗ୍‌)ରେ ଭାରତ ଚାରି ଦିନରେ ୭୦ ପଦକ ଅମଳ କରିସାରିଲାଣି। ସେଥିରେ ୩୪ ସ୍ବର୍ଣ୍ଣ, ୨୩ ରୌପ୍ୟ ଓ ୧୩ କାଂସ୍ୟ ସାମିଲ ରହିଛି। ଏଥି ସହିତ ସର୍ବାଧିକ ସ୍ବର୍ଣ୍ଣ ହିସାବରେ ଭାରତ ପଦକ ତାଲିକାର ଶୀର୍ଷରେ ରହିଛି।

ଆଥ୍‌ଲେଟ୍‌, ବ୍ୟାଡ୍‌ମିଣ୍ଟନ, ଭଲିବଲ୍‌ ଓ ବନ୍ଧୁକଚାଳନା ପରେ ଡିସ୍‌କସ୍‌ ଥ୍ରୋ‌’ରେ ବି ଭାରତର ଆଧିପତ୍ୟ ଦେଖିବାକୁ ମିଳିଥିଲା। ବୁଧବାର ତୃତୀୟ ଦିବସରେ ଭାରତକୁ ୫ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୧୦ ପଦକ ମିଳିଥିଲା। ଡିସ୍‌କସ୍‌ର ଉଭୟ ପୁରୁଷ ମହିଳା ବର୍ଗରେ ଭାରତ ସ୍ବର୍ଣ୍ଣ ଓ ରୌପ୍ୟ ପଦକ କରାୟତ କରିଥିଲା। ପୁରୁଷ ବର୍ଗରେ କ୍ରିପାଲ ସିଂହ ୫୭.୯୯ ମିଟର ଦୂରତା ସହ ନୁଆ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ସେ ସ୍ବର୍ଣ୍ଣ ଜିତି ନେଇଥିଲା ବେଳେ ଗଗନଦୀପ ସିଂହ ରୌପ୍ୟ ହାସଲ କରିଥିଲେ। ସେହିପରି ମହିଳା ବର୍ଗରେ ନଭ୍‌ଜିତ୍‌ କୌର ସ୍ବର୍ଣ୍ଣ ଓ ସୁରଭି ବିଶ୍ବାସ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ବୁଧବାର ପୁରୁଷ ଲଙ୍ଗ୍‌ ଜମ୍ପ୍‌ରେ ଲୋକେଶ ସାଥ୍ୟାନା ସ୍ବର୍ଣ୍ଣ ଜିତିଥିଲା ବେଳେ ସ୍ବାମୀନାଥନ୍‌ ରାଭ୍‌ ରୌପ୍ୟ ଜିତିଥିଲେ। ସେହିପରି ମହିଳା ଲଙ୍ଗ୍‌ଜମ୍ପ୍‌ରେ ସାନ୍ଦ୍ରା ବାବୁ କାଂସ୍ୟ ପଦକ ପାଇଥିଲେ।

ଆଥ୍‌ଲେଟ୍‌ରେ ମହିଳା ୨୦୦ ମିଟରରେ ଅର୍ଜନା ସୁସ୍‌ନେଣ୍ଟ୍‌ ସ୍ବର୍ଣ୍ଣ ଓ ଚନ୍ଦ୍ରଲେଖା କାଂସ୍ୟ ଜିତିଥିଲା ବେଳେ ପୁରୁଷ ୧୦,୦୦୦ ମିଟରରେ ସୁରେଶ କୁମାର ସ୍ବର୍ଣ୍ଣ ଜିତିଥିଲେ। ସେହିପରି ସାଜନ ଲାମା ଓ ଜ୍ଞାନଦାସ ସିଂହ ରୌପ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର