ସ୍ପେସାଲ ଅଲିମ୍ପିକ୍ସ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପରିଚଳାନା କଲେ ଦୀପକ, କୃଷ୍ଣ

ଭୁବନେଶ୍ବର: ଚଳିତ ମାସ ୩ରୁ ୬ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା ସ୍ପେସାଲ ଅଲିମ୍ପିକ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଓଡ଼ିଶାର ଦୁଇ ଜଣ ଦୀପକ କୁମାର ମହାନ୍ତ (ତ୍ରିବେଣୀ ସ୍ପୋର୍ଟ୍ସ ଏକାଡେମି, ଗୁଆଳି) ଏବଂ କୃ‌ଷ୍ଣ ଚନ୍ଦ୍ର ମହାନ୍ତି (ରାଇକଳା, ଝୁମ୍ପୁରା) ରେଫରି ଭାବେ ଦାୟିତ୍ବ ତୁଲାଇଥିଲେ। ସ୍ପେସାଲ ଅଲିମ୍ପିକ୍‌ ଭାରତ ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ ଏବଂ ଅର୍ପିତା ମହାପାତ୍ରଙ୍କ ସୁପାରିସ କ୍ରମେ ଉଭୟଙ୍କୁ ଏହି ସୁଯୋଗ ମିଳିଥିଲା।

ସମ୍ବନ୍ଧିତ ଖବର