ଶ୍ରୀକାନ୍ତ, ସିନ୍ଧୁଙ୍କୁ ମଳିଲା ଭାରତୀୟ କ୍ରୀଡ଼ା ସମ୍ମାନ

ମୁମ୍ବାଇ: ପ୍ରଥମ କରି ଚଳିତ ବର୍ଷ ଆରମ୍ଭ ହୋଇଥିବା ଭାରତୀୟ କ୍ରୀଡ଼ା ସମ୍ମାନରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା କିଦାମ୍ବି ଶ୍ରୀକାନ୍ତ ଓ ପିଭି ସିନ୍ଧୁ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇଛନ୍ତି। ଦଳଗତ କ୍ରୀଡ଼ା ବର୍ଗରେ ଦୁଇ କ୍ରିକେଟର୍‌ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଏବଂ ମିତାଲି ରାଜ୍‌ ଏହି ସମ୍ମାନ ହାତେଇଛନ୍ତି। ଭାରତୀୟ ମହିଳା କ୍ରିକେଟ୍‌ ଶ୍ରେଷ୍ଠ ଦଳ, ବିଶ୍ୱେଶ୍ୱର ନନ୍ଦୀ ଶ୍ରେଷ୍ଠ ପ୍ରଶିକ୍ଷକ, ଆଦିତି ଅଶୋକା ଉଦୀୟମାନ ମହିଳା ଓ ନୀରଜ ଚୋପ୍ରା ଉଦୀୟମାନ ପୁରୁଷ କ୍ରୀଡ଼ାବିତ୍‌, ଦେବେନ୍ଦ୍ର ଝାଜାରିଆ ଓ ଦୀପା ମଲିକ ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ପୁରସ୍କାର ପାଇଥିଲା ବେଳେ ବଲ୍‌ବୀର ସିଂହଙ୍କୁ ଜୀବନବ୍ୟାପି ସେବା, ସାନିଆ ମିର୍ଜାଙ୍କୁ ଅନୁପ୍ରେରଣା ଏବଂ ଅଭିନବ ବିନ୍ଦ୍ରାଙ୍କୁ କ୍ରୀଡ଼ା ପ୍ରତି ଅବଦାନ ପାଇଁ ସମ୍ମାନିତ କରାଯାଇଛି।

ସମ୍ବନ୍ଧିତ ଖବର