‘ଆଇଏମ୍‌ଏସ୍‌’ର ଇଣ୍ଡିଆନ୍‌ ଫୁଟ୍‌ବଲ୍‌ ବିଜନେସ୍‌ ଆଓ୍ଵାର୍ଡ

ଭୁବନେଶ୍ୱର: ଆଇଡିଆଜ୍‌ ସ୍ପୋର୍ଟସ୍‌ ମ୍ୟାନେଜମେଣ୍ଟ୍‌ ଗ୍ରୁପ୍‌ (ଆଇଏମ୍‌ଏସ୍‌) ପକ୍ଷରୁ ଇଣ୍ଡିଆନ୍‌ ଫୁଟବଲ୍‌ ବିଜନେସ୍‌ ଆଓ୍ଵାର୍ଡ ପରିକଳ୍ପନା ପ୍ରସ୍ତୁତ କରାଯାଇଛି। ଫୁଟବଲ୍‌ ଓ ବ୍ୟବସାୟ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଭାରତରେ ଟାଟା, ଜେଏସ୍‌ଡବ୍‌ଲ୍ୟୁ, ରିଲାଏନ୍‌ସ ଏବଂ ଡିଏସ୍‌କେ ଗ୍ରୁପ୍‌ ଭଳି ବଡ଼ ସଂସ୍ଥା ଭାରତୀୟ ଫୁଟବଲ୍‌ ଶିଳ୍ପରେ ପୁଞ୍ଜିନିବେଶ କରିଛନ୍ତି। ଫୁଟବଲ୍‌ ବ୍ୟବସାୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିବିଶେଷ, ସଂସ୍ଥା, ଫୁଟବଲ୍‌ କ୍ଲବ୍‌ ଗୁଡ଼ିକୁ ମାନ୍ୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପୁରସ୍କାରର ପରିକଳ୍ପନା କରାଯାଇଛି। ଫୁଟବଲ୍‌ କ୍ଲବ୍‌ ବର୍ଗରେ ଓଡ଼ିଶାର ଜୋବ୍ରା ଦୁର୍ଗା ଏଫ୍‌ସି ଏବଂ ରାଇଜିଂ ଷ୍ଟାର୍‌ ଏଫ୍‌ସି ଏହି ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ସେହିପରି ଯୁବ ବିକାଶ ଏକାଡେମି ଭିତ୍ତିଭୂମି ବର୍ଗରେ ସମ୍ବଲପୁର (ଏକଲବ୍ୟ) ଫୁଟ୍‌ବଲ୍‌ ଏକାଡେମି ପୁରସ୍କାର ପାଇଁ ମନୋନିତ ହୋଇଛି।

ସମ୍ବନ୍ଧିତ ଖବର