ରାଜ୍ୟ ଦୌଡ଼କୁଦ ଦ୍ବିତୀୟ ଦିନ ୫ କୀର୍ତ୍ତିମାନ: ରାଜେଶ, ହରି ନିଜକୁ ଟପିଲେ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ୫ କୀର୍ତ୍ତିମାନ ହୋଇଛି। ସେଥିମଧ୍ୟରେ ରାଜେଶ କୁମାର ଦାଶ ଓ ହରି ବେହେରା ନିଜ ନିଜର କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ୨୦ କିଲୋମିଟର ଚାଲିରେ ରାଜେଶ ୧ ଘଣ୍ଟା ୩୫:୫୧.୫ ସେକେଣ୍ତ ସମୟ ନେଇ ସ୍ବର୍ଣ୍ଣ ଜିତିଛନ୍ତି। ପୂର୍ବରୁ ସେ ୨୦୦୯ ମସିହାରେ ୧ ଘଣ୍ଟା ୪୭:୪୦ ସେକେଣ୍ତରେ ଏହି ଦୂରତା ଅତିକ୍ରମ କରିଥିଲେ। ସେହିପରି ପୁରୁଷ ସଟ୍‌ପୁଟରେ ରାଜେଶ ୨୦୧୭ରେ କରିଥିବା ୧୪.୩୩ ମିଟରର କୀର୍ତ୍ତିମାନକୁ ଅତିକ୍ରମ କରି ଶନିବାର ୧୫.୦୭ ମିଟର ଫିଙ୍ଗିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୨୦ ବର୍ଷରୁ କମ୍‌ ବାଳିକା ୧୦ କିଲୋମିଟର ଚାଲିରେ ପ୍ରିୟଙ୍କା ମହାଳିକ ୫୬:୧୬.୨ ସେକେଣ୍ତ ସମୟ ନେଇ କୀର୍ତ୍ତିମାନ କରିଛନ୍ତି। ପୂର୍ବରୁ ଏହି କୀର୍ତ୍ତିମାନ ୫୭:୫୦.୦ ସେକେଣ୍ତ ରହିଥିଲା। ୨୦ ବର୍ଷରୁ କମ୍‌ ବାଳକ ସଟ୍‌ପୁଟରେ ପୁରୁଣା କୀର୍ତ୍ତିମାନ ୧୪.୧୭ ମିଟରକୁ ଅତିକ୍ରମ କରି ଦିଲ୍ଲୀପ କୁମାର ସେନାପତି ଏଥର ୧୪.୭୦ ମିଟର ସହ ନୂଆ କୀତ୍ତିମାନ ସ୍ଥାପନ କରିଛନ୍ତି। ୧୮ ବର୍ଷରୁ କମ୍‌ ବାଳକ ସଟ୍‌ପୁଟରେ ଲକ୍‌ଚୁମନ ଶର୍ମା ପୁରୁଣା କୀର୍ତ୍ତିମାନ ୧୩.୯୯ ମିଟରକୁ ପାର‌୍‌ କରି ୧୪.୫୨ ମିଟରରେ ଏଥର ଆଉ ଏକ କୀର୍ତ୍ତିମାନ କରିଛନ୍ତି। ଶନିବାର ଅନୁଷ୍ଠିତ ଅନ୍ୟ ଇଭେଣ୍ଟ ଗୁଡ଼ିକମଧ୍ୟରେ ୧୪ ବର୍ଷରୁ କମ୍‌ ବାଳକ ୬୦୦ ମିଟର ଦୌଡ଼ ଓ ଲମ୍ବ ଡିଆଁରେ ଲୁଚୁ ହା˚ସଦା, ଉଚ୍ଚ ଡିଆଁରେ ଜାନକୀକାନ୍ତ ନାୟକ, ସଟ୍‌ପୁଟରେ ସୁନୀଲ ମଲ୍ଲିକ, ୧୬ ବର୍ଷରୁ କମ୍‌ ବାଳକ ୪୦୦ ମିଟର ଦୌଡ଼ରେ ଆର୍ଯ୍ୟନ ଲେଙ୍କା, ୧୦୦ ମିଟର ବାଧାଦୌଡ଼ରେ ସୁରେନ୍ଦ୍ର ଲାଗୁରି, ୫୦୦୦ ମିଟର ଚାଲିରେ ଓମ୍‌ପ୍ରକାଶ ରାଏ, ଲମ୍ବ ଡିଆଁରେ ଲାଖନ ମୁର୍ମୁ, ଉଚ୍ଚ ଡିଆଁରେ ଅନନ୍ତ କୁମାର ସ୍ବାଇଁ, ସଟ୍‌ପୁଟରେ ସମୀର କୁମାର ଲେଙ୍କା, ଜାଭେଲିନ୍‌ରେ ରତ୍ନାକର ପାଲ୍‌ଟାସି˚ହ, ୧୮ ବର୍ଷରୁ କମ୍‌ ବାଳକ ୪୦୦ ମିଟର ଦୌଡ଼ରେ ସୁଶାନ୍ତ ମହାରଣା, ୧୫୦୦ ମିଟର ଦୌଡ଼ରେ ସୁକୁରା ପାଙ୍ଗି, ୧୧୦ ମିଟର ବାଧାଦୌଡ଼ରେ ମୁକେଶ ଗୋଵାଲା, ୧୦ହଜାର ମିଟର ଚାଲିରେ ଗୋବିନ୍ଦ ପାଣ୍ତେ, ଉଚ୍ଚ ଡିଆଁରେ ନିଖିଲ କୁମାର ଦାସ, ଟ୍ରିପଲ ଜମ୍ପରେ ରଘୁମଣି ଭୂୟାଁ, ସଟ୍‌ପୁଟରେ ଲକ୍‌ଚୁମନ ଶର୍ମା, ଜାଭେଲିନ୍‌ରେ ଅରବିନ୍ଦ କୁମାର ସି˚ହ, ଡେକାଥଲନ୍‌ରେ ରବି ମାନ୍ଦ୍ରା, ୨୦ ବର୍ଷରୁ କମ୍‌ ବାଳକ ୪୦୦ ମିଟର ଦୌଡ଼ରେ ସାହିଲ କିରୋ, ୧୫୦୦ ମିଟର ଦୌଡ଼ରେ ଭୀମସେନ ଜାନକା, ୧୧୦ ମିଟର ବାଧାଦୌଡ଼ରେ ପୁଙ୍ଗା ସୋରେନ୍‌, ୧୦ହଜାର ମିଟର ଚାଲିରେ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଟ୍ରିପଲ ଜମ୍ପରେ ଶାନ୍ତନୁ ପଟିଆର, ସଟ୍‌ପୁଟରେ ଦିଲ୍ଲୀପ କୁମାର ସେନାପତି, ଜାଭେଲିନ୍‌ରେ ଶିଶିର ଗୁରୁ, ଡେକାଥଲନ୍‌ରେ ଦୀପକ କୁମାର ଛତର, ୧୪ ବର୍ଷରୁ କମ୍‌ ବାଳିକା ୬୦୦ ମିଟର ଦୌଡ଼ରେ ରାମେଶ୍ବରୀ ଗୋଣ୍ତ, ଲମ୍ବଡିଆଁରେ ପ୍ରୀତି ପ୍ରିୟଙ୍କା ଲାକ୍ରା, ୧୬ ବର୍ଷରୁ କମ୍‌ ବାଳିକା ୪୦୦ ମିଟର ଦୌଡ଼ରେ ବୈଷ୍ଣୋବୀ ହାତି, ୧୦୦ ମିଟର ବାଧାଦୌଡ଼ରେ ସବିତା ଟପ୍ପୋ, ୩୦୦୦ ମିଟର ଚାଲିରେ ନିଶା ବାରିକ, ଲମ୍ବ ଡିଆଁରେ ଜମୁନା ଟୁଡୁ, ଡିସ୍‌କସ୍‌ରେ ନେତ୍ରମଣୀ ସି˚ହ, ୧୮ ବର୍ଷରୁ କମ୍‌ ବାଳିକା ୪୦୦ ମିଟର ଦୌଡ଼ରେ ରୀମା ଭୋଇ, ୧୫୦୦ ମିଟର ଦୌଡ଼ରେ ସବିତା ମହନ୍ତ, ୧୦୦ ମିଟର ବାଧାଦୌଡ଼ରେ ରାଇସ୍ବରୀ ପୂର୍ତ୍ତି, ୫୦୦୦ ମିଟର ଚାଲିରେ ତେଜସ୍ବିନୀ କିସ୍‌ପୋଟା, ଲମ୍ବଡିଆଁରେ ପ୍ରଭାବତୀ ମୁର୍ମୁ, ଡିସ୍‌କସ୍‌ରେ ବୁଧିନି ମାଝୀ, ୨୦ ବର୍ଷରୁ କମ୍‌ ବାଳିକା ୪୦୦ ମିଟର ଦୌଡ଼ରେ ଶୋଭାରାଣୀ ତିର୍କି, ୧୫୦୦ ମିଟର ଦୌଡ଼ରେ ଅମ୍ବିକା ଡିଲ୍ଲା, ୧୦୦ ମିଟର ବାଧାଦୌଡ଼ରେ ପ୍ରିୟଙ୍କା ଟପ୍ପୋ, ୧୦ହଜାର ମିଟର ଚାଲିରେ ପ୍ରିୟଙ୍କା ମହାଳିକ, ଡିସ୍‌କସ୍‌ରେ ସୁକାନ୍ତି ସି˚ହ, ପୁରୁଷ ୪୦୦ ମିଟର ଦୌଡ଼ରେ ଦେବାଶିଷ ପଟ୍ଟନାୟକ, ୧୫୦୦ ମିଟର ଦୌଡ଼ରେ ରୋଶନ ମିଞ୍ଜ, ୧୧୦ ମିଟର ବାଧାଦୌଡ଼ରେ ଅମିତ କୁମାର ମହନ୍ତ, ଉଚ୍ଚ ଡିଆଁରେ ସନ୍ତୋଷ କୁମାର ସି˚ହ, ଟ୍ରିପଲ ଜମ୍ପରେ ସ˚ଜୟ କୁମାର ସି˚ହ, ଜାଭେଲିନ୍‌ରେ ଚିନ୍ମୟ ର˚ଜନ ଜେନା, ଡେକାଥଲନ୍‌ରେ ଶୁକଦେବ ମହାନ୍ତି, ମହିଳା ୪୦୦ ମିଟର ଦୌଡ଼ରେ ଜୟନ୍ତୀ ବେହେରା, ୧୫୦୦ ମିଟର ଦୌଡ଼ରେ ନମିତା ପ୍ରଧାନ, ୧୦୦ ମିଟର ବାଧାଦୌଡ଼ରେ ପ୍ରଜ୍ଞା ପ୍ରଶାନ୍ତ ସାହୁ, ୨୦ହଜାର ମିଟର ଚାଲିରେ କ୍ରିଷ୍ଣା କିଣ୍ତୁ, ଡିସ୍‌କସ୍‌ରେ ସାଲ୍‌ମି କିସ୍‌ପୋଟା ପ୍ରଥମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର