ରାଜ୍ୟ ହ୍ୟାଣ୍ଡ୍‌ବଲ୍‌: ଓଡ଼ିଶା ପୁଲିସ, ଜଗତସିଂହପୁର ବିଜେତା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ସଂଘ ଆନୁକୂଲ୍ୟରେ ୟୁନିଟ୍‌-୧ ହାଇସ୍କୁଲ୍‌ ପଡ଼ିଆରେ ଆୟୋଜିତ ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ପୁରୁଷ ବର୍ଗରେ ଓଡ଼ିଶା ପୁଲିସ ବିଜେତା ହୋଇଥିଲା ବେଳେ ଯାଜପୁର ଦ୍ୱିତୀୟ ଏବଂ ଜଗତସିଂହପୁର ତୃତୀୟରେ ରହିଥିଲା। ମହିଳାରେ ଜଗତସିଂହପୁର ବିଜେତା, ଯାଜପୁର ଉପବିଜେତା ଏବଂ କଟକ ତୃତୀୟ ସ୍ଥାନରେ ରହିଥିଲା। ରେଫରି ଭାବେ ସେଖ୍‌ ମୌଲା, ସର୍ଫରାଜ ଖାନ୍‌, ବିଜୟ ବାହାଦୁର, ଅନବ ସିହ୍ନା, ଶ୍ରୀପ୍ରସାଦ ରାୟ, ବ୍ରଜ କିଶୋର ଦାସ, ସ୍ମତିରଂଜନ ରାୟ, ବୈଶାଳୀ ଭୋଇ ଏବଂ ଯଶୋବନ୍ତ ପରମଗୁରୁ ରହିଥିଲେ। ଅତିଥିଭାବେ ବିଜେପି ନେତା ଦିଲ୍ଲୀପ ମହାନ୍ତି, ଅମୀୟ ଦାସ, ଇଂ ଜଗନ୍ନାଥ କୁମାର ରଥ, ସୁବାଷ ଚନ୍ଦ୍ର ମଲିକ, ବରିଷ୍ଠ କ୍ରୀଡ଼ା ସଂଗଠକ ମିନତୀ ପଟ୍ଟନାୟକ, ପ୍ରଦୀପ୍ତ ରଂଜନ ପଟ୍ଟନାୟକ, ଅମୀୟ କୁମାର ଚାନ୍ଦ ଏବଂ ଭାରତୀୟ ହ୍ୟାଣ୍ଡ୍‌ବଲ୍‌ ସଂଘର ଯୁଗ୍ମ ସମ୍ପାଦକ ବଳରାମ ମହାନ୍ତି ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର