ରାଜ୍ୟସ୍ତରୀୟ ତାଇକୋଣ୍ଡୋ ମେ ୪ରୁ; ଭାଗନେବେ ୩୦୦ ପ୍ରତିଯୋଗୀ

ଭୁବନେଶ୍ୱର: ଚଳିତ ବର୍ଷ ମେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳର ଭୂବନରେ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହେବ। ଓଡ଼ିଶା ତାଇକୋଣ୍ଡୋ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରାୟ ୩୦୦ ପ୍ରତିଯୋଗୀ ଭାଗ ନେବେ। ଏନେଇ ରବିବାର ସଂଘ ପକ୍ଷରୁ ହୋଇଥିବା ପ୍ରସ୍ତୁତି ବୈଠକରେ ସଂପାଦକ ପ୍ରଭାତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ବୈଠକରେ ବିଭିନ୍ନ ଜିଲ୍ଲାରୁ ପ୍ରଶିକ୍ଷକ (ଆକାଶ କୁମାର ନାୟକ-ସୁନ୍ଦରଗଡ଼, ପ୍ରକାଶ କୁମାର ଦିଗଲ୍‌-କନ୍ଧମାଳ, ନିରଞ୍ଜନ ସ୍ୱାଇଁ-ନୟାଗଡ଼, ଅମିତ ରାଉତ ଓ ନୃସିଂହ ସିଂହ-ପୁରୀ, ଚିନ୍ମୟ ବେହେରା-ଭଦ୍ରକ, ଆଶୁତୋଷ ସାହାଣୀ, ସରୋଜ ସେଠୀ, ମୀମାଂସୁ ପ୍ରଧାନ, ଋତୁରାଜ ରଥ, କୈଳାଶ ବାରିକ-ଖୋର୍ଧା, ରମେଶ ଚନ୍ଦ୍ର ପୃଷ୍ଟି-ଢେଙ୍କାନାଳ)ଙ୍କ ସମେତ ସଂଘର କର୍ମକର୍ତା କେଦାର ଚରଣ ସ୍ୱାଇଁ ଉପସ୍ଥିତ ରହି ଆଲୋଚନା କରିଥିଲେ। ସଂଘର ଆବାହକ ଓମ୍‌ପ୍ରକାଶ ଧଳ ବୈଠକ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର