ରାଜ୍ୟ ଟାଏକୋଣ୍ଡୋ ଆରମ୍ଭ

କଟକ: କଟକ ଜିଲ୍ଲା ପେସାଦାର ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ୩୩ତମ ରାଜ୍ୟ କ୍ୟୁରୋଗି ଟାଏକୋଣ୍ଡୋ ପ୍ରତିଯୋଗିତା ଜବାହାରଲାଲ ନେହେରୁ ଇଣ୍ଡୋର୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ୭୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ବାଳକ ଉପ କନିଷ୍ଠ ୧୮ କିଗ୍ରାରେ ଅନିମେଶ ସାମଲ, ୨୧ କିଗ୍ରାରେ ଚିରାଗ ସାହୁ, କ୍ୟାଡେଟ୍‌ ୩୩କିଗ୍ରାରେ ସୌମ୍ୟସ୍ୱରାଜ ସାହୁ, ୩୭ କିଗ୍ରାରେ ସ୍ୱୟଂଶିବ ସାହୁ, ୪୧ କିଗ୍ରାରେ ପ୍ରଦୋଷ ଚନ୍ଦ୍ର ମହାରଣା, ୪୫କିଗ୍ରାରେ ସୁରଜ କୁମାର ଜେନା, ୪୯ କିଗ୍ରାରେ ତ୍ରିନୟନ ବେହେରା, ୫୩ କିଗ୍ରାରେ ସପ୍ତର୍ଷି ରାୟ, ବାଳିକା କ୍ୟାଡେଟ୍‌ ୨୯ କିଗ୍ରାରେ ଲିପ୍‌ସା ସାମଲ, ୩୩ କିଗ୍ରାରେ ବିଚିସ୍ମିତା ମହାନ୍ତି, ୩୭ କିଗ୍ରାରେ ଶ୍ରେୟାଶ୍ରୀ ଶତପଥୀ, ୪୧ କିଗ୍ରାରେ ହିମାଦ୍ରୀ ତନୟା, ୪୭ କିଗ୍ରାରେ ଦୀପ୍ତି ପ୍ରଧାନ, ୫୧ କିଗ୍ରାରେ ପ୍ରୀତିପର୍ଣ୍ଣା ମହାନ୍ତି, ୫୫ କିଗ୍ରାରେ ଶୁଭାଙ୍ଗିନୀ ନାୟକ, ୫୯ କିଗ୍ରାରେ ସିଲ୍‌ଭି ସିର୍‌, ୫୯ କିଗ୍ରାରୁ ଉର୍ଦ୍ଧ୍ୱରେ ସ୍ନେହାଶ୍ରୀ ନାୟକ, କନିଷ୍ଠ ବାଳକ ୪୫ କିଗ୍ରାରେ ଅରୁଣ କୁମାର ସ୍ୱାଇଁ, ୪୮ କିଗ୍ରାରେ ସାହିଲ ସୌରଭ ସିଂହ, ୫୧ କିଗ୍ରାରେ ଓମ୍‌ ପ୍ରକାଶ ମହାପାତ୍ର, ୫୫ କିଗ୍ରାରେ ଅବିନାଶ ସାହୁ, ୫୯ କିଗ୍ରାରେ ସବ୍ୟସାଚୀ ମହାପାତ୍ର, ୬୩ କିଗ୍ରାରେ ଇନ୍ଦ୍ରଜୀତ ପରିଡ଼ା, ୬୮ କିଗ୍ରାରେ ପ୍ରବୀଣ ବେହେରା, ୭୮ କିଗ୍ରାରେ ହୃଷିକେଶ ସାହୁ, ୭୮ କିଗ୍ରାରୁ ଉର୍ଦ୍ଧ୍ୱରେ ବିଶ୍ୱରଂଜନ କାଳିଆ, କନିଷ୍ଠ ମହିଳାର ୪୨ କିଗ୍ରାରେ ଆଦ୍ୟାଶା ମିଶ୍ର, ୪୪ କିଗ୍ରାରେ ଶାସ୍ୱତିକା ବେହେରା, ୪୬ କିଗ୍ରାରେ ପ୍ରୀତିପ୍ରଜ୍ଞା ନାୟକ, ୪୯ କିଗ୍ରାରେ ଅପରାଜିତା ସାହୁ, ୫୫ କିଗ୍ରାରେ ଏସ୍‌.ରମ୍ୟ କ୍ରୀଷ୍ଣା, ୬୮ କିଗ୍ରାରେ ପ୍ରିୟଙ୍କା ମହାପାତ୍ର, ୬୮ କିଗ୍ରାରୁ ଉର୍ଦ୍ଧ୍ୱରେ ଅବନ୍ତିକା ଦାସ, ବରିଷ୍ଠ ପୁରୁଷ ୫୪ କିଗ୍ରାରେ ଆକାଶ ସିଂହ, ୫୮ କିଗ୍ରାରେ ସତ୍ୟଜିତ ମହାନ୍ତି, ୬୨ କିଗ୍ରାରେ ଖଗେଶ୍ୱର ସାହୁ, ୬୮ କିଗ୍ରାରେ ଅମିତ କୁମାର ବେହେରା, ୭୪ କିଗ୍ରାରେ ସନ୍ତୋଷ କୁମାର ମହାନ୍ତି, ୮୦ କିଗ୍ରାରେ ଅଭିଷେକ ବଗଲ, ୮୭ କିଗ୍ରାରେ ଭବ୍ୟ ବେହେରା, ୮୭ କିଗ୍ରାରୁ ଉର୍ଦ୍ଧ୍ୱରେ ଶୁଭମ୍‌ ଦାଶ, ବରିଷ୍ଠ ମହିଳା ୪୬ କିଗ୍ରାରେ ଅନିତା କୁମାରୀ ଗୌଡ଼, ୫୩ କିଗ୍ରାରେ ସଙ୍ଗୀତା ଦୁର୍ଗା, ୫୭ କିଗ୍ରାରେ ନୀଳିମା କଟି, ୬୨ କିଗ୍ରାରେ ପାପାଲିନି ମଙ୍ଗରାଜ, ୬୮ କିଗ୍ରାରେ ପ୍ରିୟଙ୍କା ପଟ୍ଟନାୟକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରବିବାର ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର