ଷ୍ଟୋକ୍ସଙ୍କ କାଉଣ୍ଟି ବିଶ୍ବ କୀର୍ତ୍ତିମାନ, ଗୋଟିଏ ପାଳିରେ ୧୭ ଛକା

ଲଣ୍ଡନ : ଇଂଲଣ୍ଡ ଟେଷ୍ଟ୍‌ ଦଳର ନୂଆ ଅଧିନାୟକ ବେନ୍‌ ଷ୍ଟୋକ୍ସ କାଉଣ୍ଟି ଚାମ୍ପିଅନ୍‌ସିପ୍‌ରେ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଡର୍‌ହାମ୍‌ ପକ୍ଷରୁ ଖେଳୁଥିବା ଷ୍ଟୋକ୍ସ ୱର୍ସେଷ୍ଟରସାୟର ବିପକ୍ଷ ମ୍ୟାଚ୍‌ରେ ୧୭ ଛକା ମାରି ଗୋଟିଏ କାଉଣ୍ଟି ପ୍ରତିଯୋଗିତା ପାଳିରେ ସର୍ବାଧିକ ଛକା ମାରିବାର ବିଶ୍ବ କୀର୍ତ୍ତିମାନ ରଚିଥିଲେ। ଏହି ପାଳିରେ ୫୯ ବଲ୍‌ରେ ୭୦ ରନ୍‌ କରିଥିବା ଷ୍ଟୋକ୍ସ ୧୧୭ତମ ଓଭରରେ ବୋଲିଂକୁ ଆସିଥିବା ୧୮ ବର୍ଷୀୟ ଜୋସ ବେକରଙ୍କୁ ଲଗାତାର ୫ ଛକା ଓ ଗୋଟିଏ ଚୌକା (୬, ୬, ୬, ୬, ୬ ଓ ୪) ମାରି ନିଜର ଶତକ ପୂରଣ କରିଥିଲେ। ୬୪ ବଲ୍‌ରେ ଶତକ ଅର୍ଜନ କରିବା ପରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଡର୍‌ହାମ ପାଇଁ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ।‌ ସେ ମୋଟ ୮୮ ବଲ୍‌ରେ ୧୬୧ ରନ୍‌ର ପାଳି ଖେଳିଥିଲେ। ତାଙ୍କର ଏହି ପାଳି ବଳରେ ଡରହାମ ୫୮୦/୬ରେ ପାଳି ଘୋ‌ଷଣା କରିଥିଲା।

ସମ୍ବନ୍ଧିତ ଖବର