କଳାହାଣ୍ଡି କପ୍‌ରେ ସୂର୍ଯ୍ୟଙ୍କ ଶତକ: କଟକ ଏ’, ଭାଓଲେଟ୍‌, ଇକୋର୍ସା, ସୁନ୍ଦରଗଡ଼, ରେଡ୍‌, ଗ୍ରିନ୍‌ ବିଜୟୀ

କଟକ: କଳାହାଣ୍ଡି କପ୍‌ରେ ସୋମବାର କଟକ ଏ’, ଓଡ଼ିଶା ଭାଓଲେଟ୍‌, ଇକୋର୍ସା, ସୁନ୍ଦରଗଡ଼, ଓଡ଼ିଶା ରେଡ୍‌, ଓଡ଼ିଶା ଗ୍ରିନ୍‌ ବିଜୟୀ ହୋଇଛନ୍ତି। ନିମପୁର ପଡ଼ିଆରେ ବିପ୍ଲବ ସାମନ୍ତରାୟଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ କଟକ ଏ’ ୬ ଵିକେଟ୍‌ରେ ଓଡ଼ିଶା ପିଙ୍କ୍‌କୁ ହରାଇଛି। ପିଙ୍କ୍‌ ଟସ୍‌ ଜିତି ବ୍ୟାଟି˚ କରିଥିଲା ବେଳେ ଶୁଭ୍ରା˚ଶୁ ସେନାପତିଙ୍କ ୬୩ ଓ ଅ˚ଶୁମାନ ସାହୁଙ୍କ ୪୧ ରନ୍‌ ସହାୟତାରେ ଦଳ ସମସ୍ତ ଵିକେଟ୍‌ ବିନିମୟରେ ୨୦୧ ରନ୍‌ ସ˚ଗ୍ରହ କରିଥିଲା। କଟକ ପାଇଁ ଶୁଭମ ନାୟକ ୩, ବିପ୍ଲବ ସାମନ୍ତରାୟ ୨, ଅଭିଷେକ ରାଉତ ୨ ଵିକେଟ୍‌ ଅକ୍ତିଆର କରିଥିଲେ। ତେବେ ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ପାଳିରେ କଟକକୁ ବିଜୟ ପାଇଁ ୪୦ ଓଭରରେ ୧୬୨ ରନ୍‌ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। କଟକ ଏହି ଲକ୍ଷ୍ୟକୁ ୪ ଵିକେଟ୍‌ ବିନିମୟରେ ହାସଲ କରିଥିଲା। ବିପ୍ଲବ ସାମନ୍ତରାୟ ୬୩* ରନ୍‌ର ପାଳି ଖେଳି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ।

ରେଭେନ୍ସା ପଡ଼ିଆରେ ଓଡ଼ିଶା ଭାଓଲେଟ୍‌ ୯ ରନ୍‌ରେ ରାଉରକେଲାକୁ ପରାସ୍ତ କରିଛି। କମ୍‌ ସ୍କୋରର ଏହି ମ୍ୟାଚ୍‌ରେ ଭାଓଲେଟ୍‌ ପ୍ରଥମେ ବ୍ୟାଟି˚ ଆରମ୍ଭ କରିଥିଲା ବେଳେ ୩୦.୧ ଓଭର ବେଳକୁ ସମସ୍ତ ଵିକେଟ୍‌ ହରାଇ ୧୦୩ ରନ୍‌ ସ˚ଗ୍ରହ କରିଥିଲା। ପ୍ରୀତମ ଜେନା ୮.୧ ଓଭର ବୋଲି˚ କରିଥିଲା ବେଳେ ୧୬ ରନ୍‌ ବ୍ୟୟ କରି ୫ ଵିକେଟ୍‌ ଅକ୍ତିଆର କରିଥିଲେ। ଅଙ୍କିତକର ଜୈସୁଵାଲ ୨, ସ୍ବସ୍ତିକ ସାମଲ, ଗୋବିନ୍ଦ ତଣ୍ଡିଆ, କିଶୋର ଛତ୍ରୀ ପ୍ରତ୍ୟେକ ୧ ଵିକେଟ୍‌ ଲେଖାଏଁ ନେଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରାଉରକେଲା ମଧ୍ୟ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କେବଳ ସ୍ବସ୍ତିକ ସାମଲ ୩୧ ରନ୍‌ କରି ଆଖିଦୃଶିଆ ପ୍ରଦର୍ଶନ ଦେଇଥିଲା ବେଳେ ଅନ୍ୟମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଶେଷରେ ଦଳ ମାତ୍ର ୯୪ ରନ୍‌ ସ˚ଗ୍ରହ କରିଥିଲା ବେଳେ ସମସ୍ତ ଵିକେଟ୍‌ର ପତନ ଘଟିଥିଲା। ଶାନ୍ତନୁ ମିଶ୍ର ୪, ପପୁ ରାଏ ୩ ଵିକେଟ୍‌ ନେଇ ଭାଓଲେଟ୍‌କୁ ଜିତାଇଥିଲେ।

ରେଭେନ୍ସା ୨ ନମ୍ବର ପଡ଼ିଆରେ ଇକୋର୍ସା ୨୪ ରନ୍‌ରେ ଓଡ଼ିଶା ବ୍ଲୁକୁ ହରାଇଛି। ପ୍ରଥମେ ବ୍ୟାଟି˚ କରିଥିବା ଇକୋର୍ସା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ମଧ୍ୟକ୍ରମରେ ଅଙ୍କିତ ଯାଦବ (୫୧) ଓ ଲଗ୍ନଜିତ ସାମଲ (୫୦)ଙ୍କ ଅର୍ଧଶତକୀୟ ପାଳି ଓ ନିମ୍ନକ୍ରମରେ ରାଜେଶ ମହାନ୍ତି (୩୮)ଙ୍କ ଭରସାଯୋଗ୍ୟ ବ୍ୟାଟିଂ ବଳରେ ଦଳ ସମ୍ମାନ ଜନକ ସ୍ଥିତିରେ ପହଞ୍ଚିଥିଲା। ତଥାପି ୪୪.୪ ଓଭର ବେଳକୁ ଇକୋର୍ସା ସମସ୍ତ ଵିକେଟ୍‌ ବିନିମୟରେ ୧୯୭ ରନ୍‌ କରିପାରିଥିଲା। ପ୍ରତିପକ୍ଷର ବି.ଶିବା ୩, ଶ୍ରେଷ୍ଠ ସି˚ହ ୨, ରିତେଶ ପ୍ରିୟର˚ଜନ ୨ ଵିକେଟ୍‌ ନେଇଥିଲେ। ୧୯୮ ରନ୍‌କୁ ପିଛା କରି ବ୍ଲୁ ୪୨.୩ ଓଭରରେ ୧୭୩ରନ୍‌ କରିଥିଲା ବେଳେ ସମସ୍ତ ଵିକେଟ୍‌ ହରାଇଥିଲା। ନରେନ୍ଦ୍ର ଦାଶ ୫୯ ରନ୍‌ କରି ସ˚ଘର୍ଷ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ବିଜୟୀ ଦଳର ଦ୍ରୁତ ବୋଲର ରାଜେଶ ମହାନ୍ତି ୫ ଵିକେଟ୍‌ ସଫଳତା ପାଇଥିଲା ବେଳେ ଆଲୋକ ମଙ୍ଗରାଜ, ଜୟନ୍ତ ବେହେରା, ଅଭିଷେକ ଯାଦବ, ଅଙ୍କିତ ଯାଦବ, ଲଗ୍ନଜିତ ସାମଲ ଅନ୍ୟ ଵିକେଟ୍‌ଗୁଡ଼ିକୁ ନିଜ ମଧ୍ୟରେ ବାଣ୍ଟିନେଇଥିଲେ।

ବିଡ଼ାନାସୀ ପଡ଼ିଆରେ ସୁନ୍ଦରଗଡ଼ ୬ ଵିକେଟ୍‌ରେ ଓଡ଼ିଶା ୟେଲୋକୁ ପରାସ୍ତ କରିଛି। ଦେବାଶିଷ ସାମନ୍ତରାୟଙ୍କ ୩୫, ସାଇ ଶୁଭମ୍‌ଙ୍କ ୨୩ ରନ୍‌ ସହାୟତାରେ ପ୍ରଥମେ ବ୍ୟାଟି˚ କରିଥିବା ୟେଲୋ ୧୨୫ ରନ୍‌ ସ˚ଗ୍ରହ କରିପାରିଥିଲା। ପ୍ରତିପକ୍ଷର ଅମିତ ଦାସ ୪ ଵିକେଟ୍‌ ପାଇଥିଲା ବେଳେ ଆକାଶ ଶେଖ, ଗୋବିନ୍ଦ ପୋଦ୍ଦାର, ଵାଲଟର ଟପ୍ପୋ ପ୍ରତ୍ୟେକ ୨ ଵିକେଟ୍‌ ଲେଖାଏଁ ନେଇଥିଲେ। ତେବେ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ସୁନ୍ଦରଗଡ଼ ଯଦିଓ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଗୋବିନ୍ଦ ପୋଦ୍ଦାରଙ୍କ ୩୦, ଵାଲଟର ଟପ୍ପୋଙ୍କ ୨୮*, ଆଶିଷ ପରିଜାଙ୍କ ୩୨* ରନ୍‌ ସହାୟତାରେ ଦଳ ୨୫.୪ ଓଭର ବେଳକୁ ୪ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଯାଇଥିଲା।
ସନସାଇନ ପଡ଼ିଆରେ ଓଡ଼ିଶା ରେଡ୍‌ ୭ ଵିକେଟ୍‌ରେ ଝାରସୁଗୁଡ଼ାକୁ ମାତ୍‌ ଦେଇଛି। ଟସ୍‌ ଜିତି ବ୍ୟାଟି˚ ଆରମ୍ଭ କରିଥିବା ଝାରସୁଗୁଡ଼ା ପାଇଁ ଦୁଇ ପ୍ରାରମ୍ଭିକ ଯୋଡ଼ି ରୋଶନ ପ୍ରସାଦ (୮୪), ସାଗର ରାଉତ (୫୩) ଦୃଢ଼ ମୂଳଦୁଆ ପକାଇଥିଲା ବେଳେ ଅନ୍ୟମାନଙ୍କଠୁ ଛୋଟଛୋଟ ଯୋଗଦାନ ପରେ ଦଳ ନିର୍ଧାରିତ ଓଭର ସୁଦ୍ଧା ୯ ଵିକେଟ୍‌ ବିନିମୟରେ ୨୨୫ ରନ୍‌ ସ˚ଗ୍ରହ କରିଥିଲା। ମିଲନ ସାମଲ ୨, ମୁସ୍ତାକ ବେଗ ୨, ଅନୁରାଗ ଷଡ଼ଙ୍ଗୀ ୨ ଵିକେଟ୍‌ ନେଇଥିଲେ। ୨୨୬ ରନ୍‌ର ଲକ୍ଷ୍ୟକୁ ପିଛା କରି ରେଡ୍‌ ୪୭.୪ ଓଭର ସୁଦ୍ଧା ୩ ଵିକେଟ୍‌ ବିନିମୟରେ ମ୍ୟାଚ ଜିତିଥିଲା। ଅନୁରାଗ ଷଡ଼ଙ୍ଗୀ ୫୧, କୃଷ୍ଣଚନ୍ଦ୍ର ବାରିକ ୫୪, ଦେବେନ୍ଦ୍ର କୁଅଁର ୫୩*, କାର୍ତ୍ତିକ ବିଶ୍ବାଳ ୪୩* ରନ୍‌ କରି ଦଳକୁ ଜିତାଇଥିଲେ।

ଏସ୍‌ସିବି ମେଡିକାଲ ପଡ଼ିଆରେ ଓଡ଼ିଶା ଗ୍ରିନ୍‌ ୯ ରନ୍‌ରେ ଖୋର୍ଦ୍ଧାକୁ ହରାଇଛି। ପ୍ରଥମେ ବ୍ୟାଟି˚ କରିଥିବା ଗ୍ରିନ୍‌ ସୂର୍ଯ୍ୟ ମହାପାତ୍ରଙ୍କ ୧୦୦* (୧୫୩ ବଲ୍‌, ୬ ଚୌକା) ରନ୍‌ ସହାୟତାରେ ନିର୍ଧାରିତ ଓଭର ସୁଦ୍ଧା ୮ ଵିକେଟ୍‌ ବିନିମୟରେ ୨୦୬ ରନ୍‌ ସ˚ଗ୍ରହ କରିଥିଲା। ରାକେଶ ପଟ୍ଟନାୟକ ୩, ସୁମିତ ମହାରଣା ୨, ଆଦିତ୍ୟ ଜୟସି˚ହ ୨ ଵିକେଟ୍‌ ନେଇଥିଲେ। ୨୦୭ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଖୋର୍ଦ୍ଧା ଆରମ୍ଭରୁ ଵିକେଟ୍‌ ହରାଇଥିଲା। ତେବେ ମଧ୍ୟକ୍ରମରେ ରାକେଶ ପଟ୍ଟନାୟକଙ୍କ ଲଢୁଆ ୬୭ ରନ୍‌ ଓ ନିମ୍ନକ୍ରମରେ ର˚ଜିତ ପାଇକରାୟଙ୍କ ୩୨, ସରୋଜ ପାତ୍ରଙ୍କ ୨୨* ରନ୍‌ ସହାୟତାରେ ଦଳ ନିର୍ଧାରିତ ଓଭର ସୁଦ୍ଧା ୯ ଵିକେଟ୍‌ ବିନିମୟରେ ୧୯୭ ରନ୍‌ କରିପାରିଥିଲା। ଦେବବ୍ରତ ପ୍ରଧାନ ୪ଟି ଵିକେଟ୍‌ ନେଇ ଗ୍ରିନ୍‌କୁ ବିଜୟୀ କରାଇଥିଲେ।

ସମ୍ବନ୍ଧିତ ଖବର