ଶ୍ରୀମନ୍ଦିରରେ ସଂସଦୀୟ ଷ୍ଟାଣ୍ଡିଂ କମିଟି

ପୁରୀ : ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବା ପରେ ସୋମବାର ସଂସଦୀୟ ଷ୍ଟାଣ୍ଡିଂ କମିଟି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦର୍ଶନ ସାରିବା ପରେ କିଛି ସମୟ ସର୍କିଟ୍‌ ହାଉସ୍‌ରେ ବିତାଇ ପୁଣି ଫେରିଯାଇଛନ୍ତି। ଆଜି ସକାଳେ ରାଜ୍ୟସଭା ପେପର୍ସ ଲେଡ୍‌ ଅନ୍‌ ଦି ଟେବୁଲ୍‌ ସଂସଦୀୟ କମିଟି ଅଧ୍ୟକ୍ଷ କେ. ସି. ରାମମୂର୍ତ୍ତିଙ୍କ ନେତୃତ୍ବରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ଭିତରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ପରେ ପୁଣି ଫେରିଯାଇଥିଲେ। ଅପରାହ୍ଣରେ ପ୍ରତିରକ୍ଷା ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଜୁଏଲ ଓରାମଙ୍କ ନେତୃତ୍ବରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ।

ସମ୍ବନ୍ଧିତ ଖବର