ଗଲ୍ଫ ସହାୟତା ପାଇଁ ଟାଟା ଷ୍ଟିଲ୍‌ର ବୁଝାମଣା

ମୁମ୍ବାଇ: ଦେଶରେ ଗଲ୍ଫ ଖେଳକୁ ସହାୟତା ପାଇଁ ଆଗେଇ ଆସିଛି ଟାଟା ଷ୍ଟିଲ୍‌। ଗଲ୍‌ଫକୁ ପ୍ରୋତ୍ସାହନ ଯୋଗାଇବା ବିଷୟରେ ସୂଚନା ଦେଇଛନ୍ତି ଟାଟା ଷ୍ଟିଲର ସୁରକ୍ଷା, ସ୍ବାସ୍ଥ୍ୟ ଓ ନିରନ୍ତରତା ଉପସଭାପତି ସଞ୍ଜିବ ପଲ୍‌। ଏହି ସହାୟତା ପାଇଁ ଟାଟା ଷ୍ଟିଲ ପ୍ରଫେସନାଲ ଗଲ୍ଫ ଟୁର ଅଫ ଇଣ୍ତିଆ ( ପିଜିଟିଆଇ) ସହ ଏକ ୩ ବର୍ଷିଆ ବୁଝାମଣା କରିଛି ା ଦୀର୍ଘ ୧୫ ବର୍ଷ ଧରି ଜାମସେଦପୁରର ଗୋଲମୁରି ଗଲଫ କୋର୍ସରେ ଟାଟା ଷ୍ଟିଲ ଭାରତୀୟ ପେସା‌ଦାର ଗଲ୍ଫ ଖେଳାଳିଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଛି ା ଏହି ବ୍ୟବସ୍ଥାକୁ ସଂପ୍ରସାରିତ କରି ପେସାଦାରଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଆମେ ଏକ ପ୍ରମୁଖ ସହଯୋଗୀ ଚୟନ କରିଛୁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଶ୍ରୀ ପଲ୍‌। ଫୁଟ୍‌ବଲ, ମୁଷ୍ଟିଯୁଦ୍ଧ, ତୀରନ୍ଦାଜ, ଚେସ୍‌, ହକି, ଖେଳକୁଦ୍‌ ଆଦିକୁ ପ୍ରୋତ୍ସାହିତ କରିବାର ଟାଟା ଷ୍ଟିଲର ଏକ ଇତିହାସ ରହିଛି ା କ୍ରୀଡ଼ା ମେଧାକୁ କଂପାନୀ ପ୍ରୋତ୍ସାହନ ପ୍ରଦାନ କରିଥାଏ ା ତେଣୁ ପେସାଦାର ଢଙ୍ଗରେ ପରିଚାଳିତ ପିଜିଟିଆଇ ସହ ସହଭାଗିତା କରିବା ଦ୍ବାରା ଉଭୟଙ୍କ ଲକ୍ଷ୍ୟ ସଫଳ ହେବା ସହ ଭାରତୀୟ ଖେଳାଳିଙ୍କ ଉଚ୍ଚମାନର ପ୍ରତିଦ୍ବନ୍ଦିତା କରାଯାଇପାରିବ ବୋଲି ସେ କହିଛନ୍ତି ା ଏହି ଅବସରରେ ଦେଶରେ ଏକ ପୁରାତନ କ୍ରୀଡ଼ା ପ୍ରୋତ୍ସାହନକାରୀ ଅନୁଷ୍ଠାନ ଟାଟା ଷ୍ଟିଲକୁ ପିଜିଟିଆଇ ସିଇଓ ଉତ୍ତମ ସିଂହ ମୁଣ୍ତି ସ୍ବାଗତ ଜଣାଇବା ସହ ଏହି ସହଭାଗିତା ଦ୍ବାରା ଉଭୟ ମୁଖ୍ୟ ଓ ଫିଡ଼ର ଟୁର ଲାଭବାନ ହେବ ବୋଲି କହିଛନ୍ତି ା ୨୦୧୯ରେ ସଂସ୍ଥା ସମଗ୍ର ଦେଶରେ ୧୮ରୁ ୨୦ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ପିଜିଟିଆଇର ୧୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୩୨୫ରୁ ଅଧିକ ଖେଳାଳି ପୁରସ୍କାର ରାଶି ପାଇଛନ୍ତି ା ଏଥିମଧ୍ୟରୁ ୩୮ ଜଣ ଖେଳାଳି ୧ କୋଟିରୁ ଅଧିକ ଆୟ କରିଛନ୍ତି ା ଉଲ୍ଲେଖନୀୟ ଯେ ବେଲଜିୟମରେ ଅନୁଷ୍ଠିତ ୧୯୨୦ ଅଲମ୍ପିକ କ୍ରୀଡ଼ା ପାଇଁ ସାର୍ ଦୋରାବ୍‌ଜୀ ଟାଟା କୁସ୍ତି ପାଇଁ ୨ ଜଣଙ୍କୁ ଓ ଦୌଡ଼କୁଦ ପାଇଁ ୪ ଜଣଙ୍କୁ ସହାୟତା ପ୍ରଦାନ କରିଥିଲେ ା

ସମ୍ବନ୍ଧିତ ଖବର