ମାର୍ଚରୁ ବିକ୍ରି ହେବ ନିର୍ବାଚନୀ ବଣ୍ଡ୍‌

ନୂଆଦିଲ୍ଲୀ: ମାର୍ଚରୁ ନିର୍ବାଚନୀ ବଣ୍ଡ୍‌ ବିକ୍ରି ଆରମ୍ଭ କରାଯିବ। ଏଥିପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ତିନିଟି ପର୍ଯ୍ୟାୟରେ ଏହି ବଣ୍ଡ୍‌ଗୁଡ଼ିକୁ ମାର୍ଚ, ଏପ୍ରିଲ୍ ଏବଂ ମେ’ ମାସରେ ବିକ୍ରି କରାଯିବ। ଯେଉଁମାନେ ରାଜନୈତିକ ଦଳଗୁଡ଼ିକର ପାଣ୍ଠି ଦାନ କରିବାକୁ ଚାହୁଁଛନ୍ତି ସେମାନେ ଏହି ବଣ୍ଡ୍‌ କିଣି ଦାନ ଦେଇପାରିବେ। ନିର୍ବାଚନୀ ପାଣ୍ଠି ପ୍ରଦାନ ପ୍ରକ୍ରିୟାକୁ ସଂଗଠିତ କରିବା ଏବଂ ନଗଦ ଟଙ୍କା କାରବାର ଉପରେ ରୋକ ଲଗାଇବା ପାଇଁ ନିର୍ବାଚନୀ ବଣ୍ଡ୍‌ ଜାରି କରାଯାଉଛି। ଷ୍ଟେଟ୍‌ ବ୍ୟାଙ୍କର ୨୯ଟି ସ୍ବତନ୍ତ୍ର ଶାଖାରେ ଏହି ବଣ୍ଡ୍‌ ଉପଲବ୍ଧ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ବଣ୍ଡ୍‌କୁ ମାର୍ଚ ୧-୧୫, ଦ୍ବିତୀୟକୁ ଏପ୍ରିଲ୍‌ ୧-୨୦ ଏବଂ ତୃତୀୟ ପର୍ଯ୍ୟାୟ ବଣ୍ଡ୍ ବିକ୍ରିକୁ ମେ’ ୬-୧୫ ପର୍ଯ୍ୟନ୍ତ ବିକ୍ରି କରାଯିବ। ରାଜନୈତିକ ବଣ୍ଡ୍‌ର ବୈଧତା ହେଉଛି ୧୫ ଦିନ।

ସମ୍ବନ୍ଧିତ ଖବର