୨୦୦୧ରେ ଇଡେନ୍‌ ବିଜୟ ଏକ ଅସାଧାରଣ ଜୀବନ ଶିକ୍ଷା ଥିଲା: ଲକ୍ଷ୍ମଣ

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୦୧ ମାର୍ଚ୍ଚ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଇଡେନ ଗାର୍ଡେନରେ ଖେଳାଯାଇଥିବା ଐତିହାସିକ ଟେଷ୍ଟ୍‌ ମ୍ୟାଚ୍‌କୁ ମନେ ପକାଇଛନ୍ତି କିଂବଦନ୍ତି କ୍ରିକେଟର୍‌ ଭିଭିଏସ୍‌ ଲକ୍ଷ୍ମଣ। ଏହି ମ୍ୟାଚ୍‌ରେ ଭାରତର ବିଜୟକୁ ଟେଷ୍ଟ୍‌ କ୍ରିକେଟ୍‌ର ସର୍ବୋକୃଷ୍ଟ ବିଜୟ ଓ ଅସାଧାରଣ ଜୀବନ ଶିକ୍ଷା ଥିବା ତାଙ୍କର ଏକ ସ୍ତମ୍ଭରେ ଲେଖିଛନ୍ତି।

ଲକ୍ଷ୍ମଣ ଉକ୍ତ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି ଯେ, ୨୦ ବର୍ଷ ତଳେ ଖେଳାଯାଇଥିବା ସେହି ଟେଷ୍ଟ୍‌ ମ୍ୟାଚ୍‌ରେ ସେ ମଧ୍ୟ ଜଣେ ସାକ୍ଷୀ ଥିଲେ। କିନ୍ତୁ ମ୍ୟାଚର ସ୍ମୃତିଗୁଡ଼ିକ ଏବେ ମଧ୍ୟ ତାଜା ଲାଗୁଛି। ଷ୍ଟିଭ୍‌ ଵ’ଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚ୍‌ ପୂର୍ବରୁ ମୁମ୍ବାଇରେ ତିନିଦିନ ଭିତରେ ଭାରତକୁ ହରାଇଥିଲା। ଫଳରେ ଦଳ ଲଗାତର ୧୬ ଟେଷ୍ଟ୍‌ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ଏପରିକି କୋଲ୍‌କାତାରେ ହରଭଜନ ସି˚ହଙ୍କ ଚମତ୍କାର ବୋଲି˚ ସତ୍ତ୍ବେ ଭାରତ ଫଲୋଅନ୍‌ ହୋଇଥିଲା। ସେ ଭାରତ ପାଇଁ ପ୍ରଥମ ବୋଲର ଭାବେ ଟେଷ୍ଟ୍‌ରେ ହ୍ୟାଟ୍ରିକ ଵିକେଟ୍‌ ପାଇଥିଲେ। ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୧୭୧ ରନ୍‌ରେ ସୀମିତ ରହିଥିଲା ବେଳେ ଲକ୍ଷ୍ମଣ ୫୯ ରନ୍‌ ସ˚ଗ୍ରହ କରିଥିଲେ। ଏପରିକି ସେ ଶେଷ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ।

ହରଭଜନ ହ୍ୟାଟ୍ରିକ୍‌ ଵିକେଟ୍‌ ଭିତରେ ରିକି ପଣ୍ଟି˚, ଆଦାମ ଗିଲକ୍ରିଷ୍ଟ, ସେନ୍‌ ଵର୍ଣ୍ଣଙ୍କୁ ଲଗାତର ବଲ୍‌ରେ ଆଉଟ କରିଥିଲେ। ଏହି ପାଳିରେ ସେ ୭ ଵିକେଟ୍‌ ନେଇଥିଲେ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୪୫ ରନ୍‌ ସ˚ଗ୍ରହ କରିଥିଲା। ଏପରି ଏକ ମ୍ୟାଚ୍‌ରେ ବିଜୟୀ ହେବା ମଧୁର ଅନୁଭୂତି, ଯାହାକି ମୋ ସହିତ ସାରା ଜୀବନ ଏକ ଶିକ୍ଷା ହୋଇ ରହିବ। ଯେପରିକି ଯାହା କିଛି ହେଲେ ବି କେବେ ହାର‌୍‌ ନ ମାନିବା। ଯଦି କିଛି କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି, ତାହେଲେ ହତୋତ୍ସାହିତ ନ ହୋଇ ସମାଧାନ ଦିଗକୁ ଖୋଜିବାକୁ ପଡ଼ିବ। ନିଜର ଦକ୍ଷତା ଉପରେ ବିଶ୍ବାସ ରଖିବାକୁ ହେବ ଏବ˚ ସହଯୋଗୀମାନେ ସେହି ଯୁଦ୍ଧରେ ତୁମ ସାଥୀରେ ଅଛନ୍ତି। ତେଣୁ କ’ଣ ଘଟିଯାଇଛି କିମ୍ବା କ’ଣ ଘଟିବ ତାହା ଭାବିବା ଅପେକ୍ଷା ନିଜେ ବର୍ତ୍ତମାନରେ ବଞ୍ଚିବାକୁ ଚେଷ୍ଟା କରିବ। ଛୋଟଛୋଟ ଲକ୍ଷ୍ୟ ନିର୍ଧାରଣ କରି ତାହାକୁ ଅତିକ୍ରମ କର। ଏସବୁ ହେଉଛି ସମସ୍ତଙ୍କ ଜୀବନରେ ନିତିଦିନିଆ ଶିକ୍ଷା ବୋଲି ଲକ୍ଷ୍ମଣ ତାଙ୍କ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି।

ମ୍ୟାଚ୍‌ ବେଳେ ଭଜି, ଦ୍ରାବିଡ଼ ଓ ଲକ୍ଷ୍ମଣଙ୍କୁ ଦଳର ବିଜୟର ମୁଖ୍ୟ ସୂତ୍ରଧର ବୋଲି ବିବେଚନା କରାଯାଉଛି। କିନ୍ତୁ ଏହା ଏକ ଦଳଗତ ବିଜୟ ଥିଲା। ଡ୍ରେସି˚ ରୁମ୍‌ରେ ମଧ୍ୟ ରାହୁଲ ଓ ଲକ୍ଷ୍ମଣଙ୍କୁ ଲମ୍ବା ପାଳି ପାଇଁ ସାଥୀ ଖେଳାଳିଙ୍କଠୁ ଶୁଭେଚ୍ଛା ମିଳିଥିଲା। ଏଥିସହ ଇଡେନ୍‌ର ଦର୍ଶକମାନେ ମଧ୍ୟ ଭାରତୀୟ ଦଳ ସହ ଥିବାରୁ ଭାଗ୍ୟ ଭାରତ ସହିତ ଯାଇଥିଲା। ମ୍ୟାଚ୍‌ରେ ଲକ୍ଷ୍ମଣଙ୍କୁ ଦ୍ବିତୀୟ ପାଳିରେ ଉପରେ ବ୍ୟାଟି˚ କରିବାକୁ ସୁଯୋଗ ଦିଆଯାଇଥିଲା ବେଳେ ଦ୍ରାବିଡ଼ଙ୍କୁ ୬ ନମ୍ବର ସ୍ଥାନରେ ଛଡ଼ାଯାଇଥିଲା। ଲକ୍ଷ୍ମଣଙ୍କ ଅନୁସାରେ, ଦ୍ରାବିଡ଼ ଏହି ଟେଷ୍ଟ୍‌ରେ ଏକ ଭୂତାଣୁ ଜନିତ ଜ୍ବର ଭାବେ ଆସିଥିଲେ। ୧୮୦ ରନ୍‌ର ଚମତ୍କାର ପାଳି ମଧ୍ୟରେ ସେ ଅନେକ ଥର ବାଧାର ସମ୍ମୁଖୀନ ହୋଇଥିଲେ। ତଥାପି ସେ ଦଳର ଉପଅଧିନାୟକ ଥିଲେ। ତେଣୁ ନିଜ ଦାୟିତ୍ବକୁ ପରଖିପାରି ୩ ନମ୍ବର ସ୍ଥାନରେ ଲକ୍ଷ୍ମଣଙ୍କୁ ବ୍ୟାଟି˚ ପାଇଁ ଛାଡ଼ିଥିଲେ। କିନ୍ତୁ ଏହାଦ୍ବାରା ସେ ନିରୁତ୍ସାହିତ ହୋଇନଥିଲେ। ଦଳକୁ କିପରି ଖରାପ ସ୍ଥିତିରୁ ଉଦ୍ଧାର କରିବା ତାହା ତାଙ୍କର ଲକ୍ଷ୍ୟ ଥିଲା। ଏହାହିଁ ଆମ ପାଇଁ ବଡ଼ ଶିକ୍ଷା ଥିଲା ବୋଲି ଲକ୍ଷ୍ମଣ ଲେଖିଛନ୍ତି।

ମ୍ୟାଚ୍‌ରେ ଲକ୍ଷ୍ମଣ ଓ ଦ୍ରାବିଡ଼ ପଞ୍ଚମ ଵିକେଟ୍‌ ପାଇଁ ୩୭୬ ରନ୍‌ ଯୋଡ଼ିଥିଲେ। ଲକ୍ଷ୍ମଣ ତାଙ୍କ ଖେଳ ଜୀବନର ସର୍ବଶ୍ରେଷ୍ଠ ୨୮୧ ରନ୍‌ ଓ ଦ୍ରାବିଡ଼ ୧୮୦ ରନ୍‌ର ମହାନ ପାଳି ଖେଳିଥିଲେ। ଯେତେବେଳେ ପଛକୁ ଫେରି ଚାହେଁ, ସେତେବେ ଳେ କୌଣସି ଆଶ୍ଚର୍ଯ୍ୟ ହେଲାଭଳି ନଥାଏ। ଇଡେନ୍‌ ସବୁବେଳେ ମୋ ପାଇଁ ଓ ଭାରତୀୟ ଦଳର ପାଇଁ ଦଶନ୍ଧି ଧରି ସ୍ବତନ୍ତ୍ର ସ୍ଥାନ ହୋଇ ରହିବ। ଏପରିକି ଦର୍ଶକ ମଧ୍ୟ ସ୍ବତନ୍ତ୍ର ଥିଲେ। ଫଲୋଅନ୍‌ ସତ୍ତ୍ବେ ଅଧିକ ସ˚ଖ୍ୟାରେ ଦର୍ଶକମାନେ ଦଳକୁ ସମର୍ଥନ କରିଥିଲେ। ଯଦିଓ କିଛି ଦର୍ଶକ ନିରାଶ ହୋଇ ତେନ୍ଦୁଲକର ଓ ଗାଙ୍ଗୁଲି ଆଉଟ ହେବା ପରେ ତୃତୀୟ ଦିନଠୁ ପଡ଼ିଆ ଛାଡ଼ି ଚାଲିଯାଇଥିଲେ, କିନ୍ତୁ ଦ୍ରାବିଡ଼ ଓ ଲକ୍ଷ୍ମଣ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ପରଠୁ ସେମାନେ ପୁଣି ଥରେ ଷ୍ଟାଡିୟମକୁ ଫେରିଥିଲେ। ତେଣୁ କେବଳ ମ୍ୟାଚ୍‌କୁ ନେଇ ଦର୍ଶକମାନେ ଉତ୍ସାହୀ ନଥିଲେ ବର˚ ଫଳାଫଳକୁ ନେଇ ଅଧିକ ଉତ୍ସାହିତ ଥିଲେ ବୋଲି ଲକ୍ଷ୍ମଣ ଲେଖିଛନ୍ତି।

ଭାରତ ଦ୍ବିତୀୟ ପାଳିରେ ୭ ଵିକେଟ୍‌ ହରାଇ ୬୫୭ ରନ୍‌ରେ ପାଳି ଘୋଷଣା କରିଥିଲା ଏବ˚ ଅଷ୍ଟ୍ରେଲିଆ ସମ୍ମୁଖରେ ୩୮୪ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ରଖିଥିଲା। ତେବେ ମ୍ୟାଚ୍‌ରେ ତ୍ରିଶତକ ମାରିପାରିନଥିବାରୁ ନିରାଶ ହୋଇଛି କି ନାହିଁ ବୋଲି ଲକ୍ଷ୍ମଣଙ୍କୁ ଏକାଧିକଥର ପ୍ରଶ୍ନ କରାଯାଇଥାଏ, କିନ୍ତୁ ସବୁଥର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥାନ୍ତି। ତାଙ୍କ ମତରେ ଯଦି ଦଳକୁ ଜିତାଇପାରୁନାହଁ, ତାହେଲେ ବ୍ୟକ୍ତିଗତ ପ୍ରଦର୍ଶନର ମୂଲ୍ୟ କମ୍‌ ଥାଏ। ଶେଷ ଦିନରେ ପାଳି ଘୋଷଣା କରିବାକୁ ଥିବାରୁ କିପରି ଦ୍ରୁତ ରନ୍‌ ସ˚ଗ୍ରହ ହେବ ତାହା ଉପରେ ଅଧିକ ଧ୍ୟାନ ଥାଏ। କିନ୍ତୁ ସେତେବେଳେ ଯଦି ମୁଁ ବିଫଳ ହୋଇଯାଇଥାନ୍ତି, ତାହେଲେ କାହିଁକି ୩୦୦ ରନ୍‌ କରିପାରିଲିନି ବୋଲି ଭାବିଥାନ୍ତି। ତଥାପି ଯେଉଁଭଳି ଭାବେ ଭାରତ ମ୍ୟାଚ୍‌ରେ ଜିତିଲା, କେବଳ ଏଥିଯୋଗୁଁ ୨୮୧ରନ୍‌ ସବୁବେଳେ ମୋ ପାଇଁ ସ୍ବତନ୍ତ୍ର ହୋଇ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ନିର୍ଣ୍ଣାୟକ ପାଳିରେ ଅଷ୍ଟ୍ରେଲିଆ ୨୧୨ ରନ୍‌ରେ ଚିତ୍‌ପଟାଙ୍ଗ ହୋଇଥିଲା। ହରଭଜନ ୬ ଓ ସଚିନ ୩ ଵିକେଟ୍‌ ନେଇଥିଲେ। ଇ˚ଲଣ୍ଡ ପଛକୁ ଭାରତ ଦ୍ବିତୀୟ ଦଳ ଭାବେ ଏକ ଟେଷ୍ଟ୍‌ ମ୍ୟାଚ୍‌ରେ ଫଲୋଅନ୍‌ ହେବା ପରେ ମଧ୍ୟ ବିଜୟୀ ହୋଇଥିଲା। ଇ˚ଲଣ୍ଡ ୧୮୯୪ ଓ ୧୯୮୧ ମସିହାରେ ଏହି କୀର୍ତ୍ତିମାନ କରିଥିଲା ବେଳେ ସ˚ଯୋଗବଶତଃ ଏହି ତିନିଟି ଘଟଣାବେଳେ ପ୍ରତିପକ୍ଷ ଦଳ ଅଷ୍ଟ୍ରେଲିଆ ରହିଥିଲା।

ସମ୍ବନ୍ଧିତ ଖବର