ଟୋକିଓ ଗଲା ପ୍ରଥମ ଦଫା ଭାରତୀୟ ଦଳ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଲାଗି ପ୍ରଥମ ଦଫା ଭାରତୀୟ ଦଳ ସୋମବାର ଟୋକିଓ ଯାତା କରିଛି। ଏଥିରେ କେବଳ ସେଲିଂ ଦଳର ୪ଜଣ ସଦସ୍ୟ ଅଛନ୍ତି। ସେମାନେ ମଙ୍ଗଳବାର ଟୋକିଓରେ ପହଞ୍ଚିବେ। କେସି ଗଣପତି, ବିଷ୍ଣୁ ସର୍ବାନନ୍, ନେଥ୍ରା କୁମାନନ୍ ଓ ବରୁଣ ଠକରଙ୍କୁ ନେଇ ଗଠିତ ସେଲିଂ ବାହିନୀ ଟୋକିଓ ଗସ୍ତ କରିଥିବା ପ୍ରଥମ ଭାରତୀୟ ଦଳ ହୋଇଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଟ୍ବିଟ୍ କରି ଏହି ସୂଚନା ଦେଇଛି।

ସମ୍ବନ୍ଧିତ ଖବର