ବିଶ୍ୱକପ୍‌: ୧୦ ହାଇ ଭୋଲ୍‌ଟେଜ୍‌ ମୁକାବିଲା, ମିସ୍‌ କରିବାକୁ ଚାହିଁବେନି ପ୍ରଶଂସକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବିଶ୍ୱକପ୍‌ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଆୟୋଜକ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଛି। ଉଭୟ ଟିମ୍‌ ଏଯାଏଁ ଗୋଟିଏ ବି ବିଶ୍ୱକପ୍‌ରେ ଚାମ୍ପିଅନ୍‌ ହୋଇ ନାହାନ୍ତି। ଅନ୍ୟପଟରେ ଅଷ୍ଟ୍ରେଲିଆ ୫ ଥର ଚାମ୍ପିଅନ୍‌ ହୋଇଥିବା ବେଳେ ଭାରତୀୟ ଟିମ୍‌ ୨ ଥର ବିଜେତା ହୋଇଛି। ଚଳିତ ବିଶ୍ୱକପ୍‌ରେ ପ୍ରାୟ ୬ଟି ଟିମ୍‌କୁ ଶକ୍ତିଶାଳୀ କୁହାଯାଉଛି, ଯେଉଁମାନେ କି ଖେଳର ଶୈଳୀକୁ ପରିବର୍ତ୍ତନ କରିପାରିବାରେ ବଳ ରଖିଛନ୍ତି।

ବିଶ୍ୱକପ୍‌-୨୦୧୯ରେ ହାଇ ଭୋଲଟେଜ୍‌ ମ୍ୟାଚ୍‌

୧) ଭାରତ ବନାମ ପାକିସ୍ତାନ: ଜୁନ ୧୬
୨) ଭାରତ ବନାମ ଦକ୍ଷିଣ ଆଫ୍ରିକା: ଜୁନ ୫
୩) ଭାରତ ବନାମ ଅଷ୍ଟ୍ରେଲିଆ: ଜୁନ୍‌ ୯
୪) ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ: ଜୁନ୍‌ ୧୪
୫) ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ: ଜୁନ ୨୫

Navbharat Times

୬) ଭାରତ ବନାମ ଇଂଲଣ୍ଡ: ଜୁନ ୩୦
୭) ଭାରତ ବନାମ ବାଂଲାଦେଶ: ଜୁଲାଇ ୨
୮) ନ୍ୟୁଜିଲାଣ୍ଡ ବନାମ ଦକ୍ଷିଣ ଆଫ୍ରିକା: ଜୁନ ୧୯
୯) ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା: ଜୁନ ୨୩
୧୦) ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ: ଜୁନ ୫

ଲିଗ୍‌ ପର୍ଯ୍ୟାୟରେ ଭାରତୀୟ ଟିମ୍‌ ପାଇଁ ୫ଟି ମ୍ୟାଚ୍‌ କଡ଼ା ଚ୍ୟାଲେଞ୍ଜ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଭାରତ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା, ଜୁନ୍‌ ୯ରେ ଅଷ୍ଟ୍ରେଲିଆ, ଜୁନ ୧୬ରେ ପାକିସ୍ତାନ, ଜୁନ୍‌ ୩୦ରେ ଇଂଲଣ୍ଡ ଏବଂ ଜୁଲାଇ ୨ରେ ବାଂଲାଦେଶକୁ ମୁକାବିଲା କରିବ। ଏହି ୫ଟି ମ୍ୟାଚ ଜିତିବା ପାଇଁ ଟିମ୍‌ ଇଣ୍ଡିଆକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।

 

ସମ୍ବନ୍ଧିତ ଖବର