ସୌରାଷ୍ଟ୍ର ବାମହାତୀ ଦ୍ରୁତ ବୋଲର ଉନାଦକଟଙ୍କ ନିର୍ବନ୍ଧ

ଅହମ୍ମଦାବାଦ: ସୌରାଷ୍ଟ୍ରକୁ ରଣଜୀ ବିଜେତା କରାଇବାର ମାତ୍ର ଦୁଇ ଦିନ ପରେ ଏହି ଦଳର ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକଟ ପ୍ରେମିକା ରିନିଙ୍କ ସହ ନିର୍ବନ୍ଧ କରିନେଇଛନ୍ତି। ରବିବାର ଟ୍ବିଟ୍ କରି ସେ ଏହି ଖୁସି ଖବର ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ଉନାଦକଟ ମଧ୍ୟ ରିନି ଓ ତାଙ୍କର ଏକ ସୁନ୍ଦର ଫଟୋ ପ୍ରକାଶ କରିଛନ୍ତି। ଭାରତୀୟ କ୍ରିକେଟର ଚେତେଶ୍ବର ପୂଜାରାଙ୍କ ସହ ସୌରାଷ୍ଟ୍ର ରଣଜୀ ଦଳର ଖେଳାଳିମାନେ ତାଙ୍କୁ ଏଥିଲାଗି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ୨୮ ବର୍ଷୀୟ ଉନାଦକଟ ଚଳିତ ରଣଜୀ ଋତୁରେ ସର୍ବାଧିକ ୱିକେଟ୍ ନେବାରେ ୨୧ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଛନ୍ତି। ଏବର୍ଷ ସେ ମାତ୍ର ୧୩.୨୩ ହାରରେ ୬୭ ୱିକେଟ୍ କରାୟତ୍ତ କରିଛନ୍ତି। ଏହି କ୍ରମରେ ସେ କର୍ଣ୍ଣାଟକର ଡୋଡା ଗଣେଶଙ୍କୁ ଟପିଛନ୍ତି। ଗଣେଶ ୧୯୮୮-୮୯ ଋତୂରେ ୬୨ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର