ଉତ୍କଳ ଓପନ୍‌ ଟେନିସ୍‌: କବୀର, ସୋହିନୀଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଟେନିସ କୋର୍ଟରେ ଆୟୋଜିତ ଉତ୍କଳ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ଅଷ୍ଟମ ସଂସ୍କରଣରେ କବିର ହଂସ ଓ ସୋହିନୀ ଏସ୍‌ ମହାନ୍ତି ଦ୍ବିମୁକୁଟ କରାୟତ୍ତ କରିଛନ୍ତି। କବୀର ପୁରୁଷ ଏକକ ସହ ଯୁଗଳରେ ଏବଂ ସୋହିନୀ ୧୪ ବର୍ଷରୁ କମ୍‌ ବାଳିକା ଓ ମହିଳାରେ ବିଜେତା ହୋଇଥିଲେ। ରବିବାର ପୁରୁଷ ଏକକ ଫାଇନାଲ୍‌ରେ କବୀର ୬-୦, ୬-୩ ସେଟ୍‌ରେ କୁମାର ଅନୁରାଗ ସରଣଙ୍କୁ ହରାଇଥିଲେ। ଯୁଗଳରେ କବୀର ଓ ତାଙ୍କ ସାଥୀ ‌ଆଦିତ୍ୟ ଶତପଥୀ ୬-୨, ୬-୦ ସେଟ୍‌ରେ ଅନୁରାଗ ଓ ଅଭିଳାଶ ମିଶ୍ରଙ୍କୁ ମାତ୍‌ ଦେଇଥିଲେ। ‌ମହିଳା ଏକକରେ ସୋହିନୀ ୬-୪, ୬-୨‌ ସେଟ୍‌ରେ ଏମ୍‌ ଦୀକ୍ଷା ରାଉତଙ୍କୁ ଏବଂ ୧୪ ବର୍ଷରୁ କମ୍‌ ବାଳିକାରେ ୬-୨, ୬-୩ ସେଟ୍‌ରେ ଆହନ୍‌ଙ୍କୁ ପରାସ୍ତ କରିଥିଲେ। ୧୪ ବର୍ଷରୁ କମ୍‌ ବାଳକ ଫାଇନାଲ୍‌ରେ ଆନିକେତ ସାହୁ ଅନୁପସ୍ଥିତ ରହିବାରୁ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ ୱାକ୍‌ଓଭର ପାଇ ବିଜେତା ହୋଇଥିଲେ। ୬୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ଯୁଗଳରେ ବିଏନ୍‌ ମହାନ୍ତି ଓ ଜେଏନ୍‌ ପଟ୍ଟନାୟକ ୯-୪ ସେଟ୍‌ରେ ମାନସ ରଂଜନ ଦାଶ ଓ ଅନୁପ ନାୟକଙ୍କୁ, ୫୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ଯୁଗଳରେ ରବୀନ୍ଦ୍ର ସେନାପତି ଓ ଝାଡ଼େଶ୍ବର ଦାସ ୯-୭ ସେଟ୍‌ରେ ଜୀତେନ ମହାନ୍ତି ଓ ସ୍ନେହାଶିଷ ବେହେରାଙ୍କୁ ଏବଂ ୪୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ଯୁଗଳରେ ହିମାନ୍ଦ୍ରି କାନୁନ୍‌ଗୋ ଓ ସାଶ୍ବତ ଜେନା ୯-୬ ସେଟ୍‌ରେ ଡି ପାନ୍‌ମେଇ ଓ କମଲେଶ ସୋନିଙ୍କୁ ହରାଇ ବିଜେତା ହୋଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଉଚ୍ଚଶିକ୍ଷା ସଚିବ ସାଶ୍ବତ ମିଶ୍ର, ଖଣି ନିର୍ଦେଶକ ଦେବୀଦତ୍ତ ବିଶ୍ବାଳ, ଉତ୍କଳ ବିଲଡର୍ସ ଗ୍ରୁପ୍‌ ପ୍ରତିଷ୍ଠାତା ଭୱାରଲାଲ ବୈଦ, ଏସ୍‌ ଟେନିସ କ୍ଲବ୍‌ ଆୟୋଜକ ଅଧ୍ୟକ୍ଷ ବିଶ୍ବଜିତ ମିଶ୍ର, ଏସ୍‌ ଟେନିସ କ୍ଲବ୍‌ ସମ୍ପାଦକ ନବରତନ ବୋଥ୍ରା ଓ ପ୍ରତିଯୋଗିତା ରେଫରି ଯତୀନ ବୈଶ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର