ସ୍ବର୍ଣ୍ଣ ସହ ଭିନେଶଙ୍କ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ : ଭାରତୀୟ ତାରକା କୁସ୍ତିବିତ୍‌ ଭିନେଶ ଫୋଗଟ ରବିବାର ସ୍ବର୍ଣ୍ଣ ପଦକ ଜିତି କରୋନା ମହାମାରୀ ଜନିତ ଲମ୍ବା ବିରତି ପରେ ମ୍ୟାଟ୍‌କୁ ପ୍ରତ୍ୟାବର୍ତନ କରିଛନ୍ତି। ୟୁକ୍ରେନ୍‌ର କିଭ୍‌ଠାରେ ଆୟୋଜିତ ପ୍ରତିଯୋଗିତାରେ ଭିନେଶ ୨୦୧୭ ବିଶ୍ବ ବିଜୟିନୀ ଭି କାଲାଦ୍‌ଜିନ୍‌ସ୍କେଙ୍କୁ ପରାସ୍ତ କରି ଏହି ସଫଳତା ହାତେଇଛନ୍ତି। ବିଶ୍ବ ମାନ୍ୟତାର ସପ୍ତମ ବେଲାରୁଷ ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷରେ ତୃତୀୟ ମାନ୍ୟତା ଭିନେଶଙ୍କ ଘମାଘୋଟ ଲଢ଼େଇ ହୋଇଥିଲା। ୫୩ କେଜି ଫାଇନାଲ୍‌ରେ ଭିନେଶ ଏକ ସମୟରେ ୪-୦ର ଅଗ୍ରଣୀ ପାଇଥିଲେ। ହେଲେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଳମ୍ବିତ ଆକ୍ରମଣ କରି ସ୍ଥିତି ୪-୪ କରିଦେଇଥିଲେ। ଏହାପରେ ଭିନେଶ ୬-୪ରେ ଆଗୁଆ ରହିବା ସହିତ ଶେଷରେ ୧୦-୮ରେ ବାଜି ମାରି ସ୍ବର୍ଣ୍ଣ ପଦକ କରାୟତ୍ତ କରିନେଇଥିଲେ।

ସମ୍ବନ୍ଧିତ ଖବର