କୋହଲି ଶତକ@୪୨

ପୋର୍ଟ ଅଫ୍ ସ୍ପେନ୍‌ : ବିରାଟ କୋହଲିଙ୍କ ବ୍ୟାଟରୁ ଦୀର୍ଘ ଦିନ ପରେ ମିଳିଛି ଶତକ। ଗତ ମାର୍ଚ ମାସରେ ରାଞ୍ଚିରେ ଅଷ୍ଟ୍ରେଲିଆ ବିପକ୍ଷ ଶତକ ହାସଲ କରିବା ପରେ ବିଶ୍ବକପ୍‌ରେ ଲଗାତାର ୫ ଅର୍ଧଶତକ ସତ୍ତ୍ବେ ତିନି ଅଙ୍କ ଛୁଇଁ ପାରିନଥିଲେ। ରବିବାର କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ (୧୨୦, ୧୨୫ ବଲ, ୧୪ ଚୌକା, ୧ ଛକା) କରିବା ସହ ପାଳି ଗଢ଼ିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏହା କୋହଲିଙ୍କ ଖେଳ ଜୀବନର ୪୨ତମ ଦିନିକିଆ ଶତକ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟମ। କୋହଲି ଏହି ପାଳି ଅବସରରେ ମଧ୍ୟ ପାକିସ୍ତାନର ମିଆଁଦାଦଙ୍କ ୨୬ ବର୍ଷର ତଳର କୀର୍ତ୍ତିମାନକୁ କାଟି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ।

ସମ୍ବନ୍ଧିତ ଖବର