ଟି-୨୦ର ଅଧିନାୟକ ପଦରୁ ଇସ୍ତଫା ଦେବେ ବିରାଟ, ଟ୍ବିଟ କରି ଦେଲେ ସୂଚନା

ନୂଆଦିଲ୍ଲୀ: ଟି-୨୦ର ଅଧିନାୟକ ପଦରୁ ଇସ୍ତଫା ଦେବେ ବିରାଟ କୋହଲି। ଅକ୍ଟୋବରରେ ଦୁବାଇରେ ହେବାକୁ ଥିବା ଟି-୨୦ ବିଶ୍ବକପ ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି। ତେବେ ଅଧିନାୟକ ପଦରୁ ଇସ୍ତଫା ଦେଲେ ମଧ୍ୟ ଟେଷ୍ଟ ଏବଂ ଓଡିଆଇ କ୍ରିକେଟରେ ସେ ଭାରତର ନେତୃତ୍ୱ ନେବେ ବୋଲି କହିଛନ୍ତି।

ବିରାଟ କୋହଲି କହିଛନ୍ତି ଯେ, ରୋହିତ ଶର୍ମାଙ୍କ ସମେତ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ତାଙ୍କ ଟିମ୍ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। କୋହଲି ଆହୁରି କହିଛନ୍ତି ଯେ, ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। କାର୍ଯ୍ୟଭାର ପରିଚାଳନା ପାଇଁ କୋହଲି ଟି-୨୦ଅଧିନାୟକତ୍ୱ ଛାଡୁଥିବା ଟ୍ବିଟରେ ଜଣାଇଛନ୍ତି।

ତେବେ ଦେଖିବାକୁ ବାକି ରହିଲା ବିଶ୍ୱକପ ପରେ ଭାରତର ଟି -୨୦ଅଧିନାୟକ ଭାବେ କିଏ ଦାୟିତ୍ୱ ନେବ। ଏହି ଦୌଡ଼ରେ ରୋହିତ ଶର୍ମା ଆଗୁଆ ରହିଥିବା ବେଳେ ବିଶ୍ବକପ ପରେ ଏହା ସ୍ପଷ୍ଟ ହୋଇପାରିବ।

ଉଲ୍ଲେଖଯୋଗ୍ୟ, ବିରାଟ କୋହଲି ଏପର୍ଯ୍ୟନ୍ତ ୪୫ଟି ଟି -୨୦ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଛନ୍ତି। ଏହି ସମୟ ମଧ୍ୟରେ ଦଳ ୨୫ଟି ମ୍ୟାଚ୍ ଜିତିଛି ଏବଂ ୧୪ଟି ହାରିଛି। ସେଠାରେ ନିଜେ। ବିରାଟଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ୬୫.୧୧ ରହିଛି।

ସମ୍ବନ୍ଧିତ ଖବର