ବିଶ୍ୱକପ୍‌: ଚହଲଙ୍କୁ ୪ ଓ୍ଵିକେଟ, ଭାରତକୁ ୨୨୮ ରନ୍‌ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ସାଉଥମ୍ପଟନ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୟୁଜବେନ୍ଦ୍ର ଚହଲଙ୍କୁ ୪ ଓ୍ଵିକେଟ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାଙ୍କୁ ୨-୨ ଓ୍ଵିକେଟ ଏବଂ କୁଲଦୀପ ଯାଦବ ଗୋଟିଏ ଓ୍ଵିକେଟ ମିଳିଛି। ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ୨୨୭ ରନ୍‌ କରିଛି। ଫଳରେ ଭାରତକୁ ୨୨୮ ରନ୍‌ ଟାର୍ଗେଟ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ନିଜର ତୃତୀୟ ମ୍ୟାଚରେ ବୁଧବାର ଭାରତକୁ ଭେଟିଛି। ସାଉଥମ୍ପଟନ୍‌ର ଦ ରୋଜ୍‌ ବୋଉଲ୍‌ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ଦେଖାଯାଇଥିଲା। ସ୍କୋର ୧୧ ରନରେ ହାସିମ ଆମଲା ଆଉଟ ହୋଇଥିଲେ। ସ୍କୋର ୨୪ ରନରେ ଡି କକ, ୭୮ ରନ୍‌ରେ ଦୁସେନ, ୮୦ ରନରେ ଡୁ ପ୍ଲେସିସ, ୮୯ ରନରେ ଡୁମିନି, ୧୩୫ ରନରେ ମିଲର, ୧୫୮ ରନରେ ଆଣ୍ଡିଲେ, ୨୨୪ ରନ୍‌ରେ ମୋରିସ ଏବଂ ୨୨୭ ରନ୍‌ରେ ତାହିର ଆଉଟ୍‌ ହୋଇଥିଲେ।

ଦକ୍ଷିଣ ଆଫ୍ରିକା ସ୍କୋରବୋର୍ଡ

ହାସିମ୍‌ ଆମଲା: କ-ରୋହିତ-ବୋ- ବୁମରା, ୬ ରନ୍‌, ୯ ବଲ, ୧ ଚୌକା
କ୍ୱିଣ୍ଟନ ଡି କକ୍‌: କ-କୋହଲି-ବୋ-ବୁମରା, ୧୦ ରନ୍‌, ୧୭ ବଲ, ୧ ଚୌକା
ଫାପ୍‌ ଡୁ ପ୍ଲେସିସ: ବୋ-ଚହଲ, ୩୮ ରନ୍‌, ୫୪ ବଲ, ୪ ଚୌକା
ରସସାଇ ଭାନ ଡର ଦୁସେନ: ବୋ-ଚହଲ, ୨୨ ରନ୍‌, ୩୭ ବଲ, ୧ ଚୌକା
ଡାଭିଡ ମିଲର: କ-ବୋ-ଚହଲ, ୩୧ ରନ୍‌, ୪୦ ବଲ, ୧ ଚୌକା
ଜେପି ଡୁମିନି: ଏଲବିଡବ୍ଲ-କୁଲଦୀପ ଯାଦବ, ୩ ରନ୍‌, ୧୧ ବଲ
ଆଣ୍ଡିଲେ ଫେଲୁକଓ୍ଵାଓ: ଷ୍ଟମ୍ପି-ଧୋନି-ବୋ-ଚହଲ, ୩୪ ରନ୍‌, ୬୧ ବଲ, ୨ ଚୌକା, ୧ ଛକା
କ୍ରିସ ମୋରିସ: କ-କୋହଲି-ବୋ-ଭୁବନେଶ୍ୱର କୁମାର, ୪୨ ରନ, ୩୫ ବଲ, ୨ ଚୌକା
କାଗିସୋ ରାବାଡା: ଅପରାଜିତ ୩୧ ରନ, ୩୫ ବଲ, ୨ ଚୌକା
ଇମରାନ ତାହିର: ୦ ରନ୍‌, ୨ ବଲ
ଅତିରିକ୍ତ: ୧୦ ରନ (ବାଏ ୧, ଲେକବାଏ ୩, ଓ୍ଵାଇଡ ୬)
ମୋଟ: ୨୨୭ ରନ (୯ ଓ୍ଵିକେଟ୍‌, ୫୦ ଓଭର)

 

ସମ୍ବନ୍ଧିତ ଖବର