ୱେଷ୍ଟଇଣ୍ଡିଜ୍‌ ଶୃଙ୍ଖଳା ଜିତିଲା, ଦକ୍ଷିଣ ଆଫ୍ରିକା ୭ ରନ୍‌ରେ ପରାସ୍ତ

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ୨-୧ରେ ଜିତିଯାଇଛି। ମଙ୍ଗଳବାର ରାତିରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ୭ ରନ୍‌ରେ ବିଜୟୀ ହୋଇ ଏହି ଗୌରବ ପାଇଛି। ଦ୍ବିତୀୟ ମ୍ୟାଚ୍‌ରେ ୨୫୮ ରନ୍‌ କରି ହାରିଥିଲା ୱେଷ୍ଟଇଣ୍ଡିଜ୍‌।

ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ବିନା ଅର୍ଦ୍ଧଶତକରେ ୨୨୦ ରନ୍‌ କରିଥିଲା। ରୋମାରିଓ ସେଫର୍ଡ (୪୪*), ନିକୋଲାସ ପୂରନ (୪୧), ବ୍ରେଣ୍ଡନ୍ କିଙ୍ଗ୍ (୩୬) ଭଲ ଖେଳିଥିଲେ। ସେଫର୍ଡଙ୍କ ଆକ୍ରମଣ କାରଣରୁ ଶେଷ ଦୁଇ ଓଭରରୁ ଇଣ୍ଡିଜ୍‌ ୪୩ ରନ୍ ଆଦାୟ କରିଥିଲା। ୩ ପେସ୍ ବୋଲର ରବାଦା, ଏନଗିଡି, ନର୍ଖିୟା ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ରିଜା ହେଣ୍ଡ୍ରିକ୍ସ (୮୩), ରିଲି ରୋସେୟୁ (୪୨), ମାରକ୍ରମ (୩୫*) ବ‌ିସ୍ଫୋରକ ବ୍ୟାଟିଂ କରିଥିଲେ। ଅଲଜାରି ଯୋସେଫ୍ (୪-୦-୪୦-୫) କିନ୍ତୁ ୧୯ତମ ଓଭରରେ ୩ ୱିକେଟ୍‌ ଦଖଲ କରି ଦକ୍ଷିଣ ଆଫ୍ରିକା ଆଶାରେ ପାଣି ଭରି ଦେଇଥିଲେ। ଘରୋଇ ଦଳ ଶେଷକୁ ୨୧୩ ରନ୍‌ରେ ଅଟକିଯାଇଥିଲା।

ସମ୍ବନ୍ଧିତ ଖବର