ୱିଲିୟମ୍‌ସନଙ୍କ ଲଗାତାର ଶତକ

ମାଞ୍ଚେଷ୍ଟର୍‌: ଲଗାତାର ପାଳିରେ ଶତକ ହାସଲ କରି କେନ୍ ୱିଲିୟମ୍‌ସନ୍ ନିଜକୁ ମହାନ ଖେଳାଳି ବୋଲି ପୁଣି ଥରେ ପ୍ରମାଣିତ କରିଛନ୍ତି। ଦୁଇ ଦିନ ତଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୬* ରନ୍‌ର ମ୍ୟାଚ୍ ବିଜୟୀ ପାଳି‌ ଖେଳିଥିବା ଏହି ଡାହାଣହାତୀ ବ୍ୟାଟସମ୍ୟାନ୍‌ ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୪୮ ରନ୍‌ର ଆଉ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଏଥି ସହିତ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ଗତ ଥରର ଉପ ବିଜେତା ଦଳ ୨୯୨ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଶନିବାର ଅପରାହ୍ନରେ ଓଲ୍ଡ ଟ୍ରାଫର୍ଡରେ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ୱେଷ୍ଟଇଣ୍ଡିଜ୍ ପାଇଁ ସେଲଟନ୍ କଟ୍ରେଲ୍ ଘାତକ ବୋଲିଂ କରିଥିଲେ। ପ୍ରଥମ ଓଭରରେ ହିଁ ନ୍ୟୁଜିଲାଣ୍ଡ୍‌କୁ ଯୁଗଳ ଝଟକା ଦେଇଥିଲେ କଟ୍ରେଲ। ପ୍ରଥମ ବଲରେ ମାର୍ଟିନ ଗପ୍ଟିଲ ଏବଂ ପଞ୍ଚମ ବଲରେ କଲିନ୍ ମୁନରୋଙ୍କୁ ଆଉଟ୍ କରିଥିଲେ। ଏହି ସମୟରେ କିନ୍ତୁ ଅଭିଜ୍ଞ ଯୋଡ଼ି କେନ୍ ୱିଲିୟମସନ୍ (୧୪୮, ୧୫୪ ବଲ, ୧୪‌ ଚୌକା, ୧ ଛକା) ଏବଂ ରସ୍ ଟେଲର୍ (୬୯, ୯୫ ବଲ, ୭ ଚୌକା) ତୃତୀୟ ୱିକେଟ୍‌ ପାଇଁ ସଂଘଷପୂର୍ଣ୍ଣ ୧୬୦ ରନ୍ କରିଥିଲେ। ଏଥି ପାଇଁ ୩୩.୪ ଓଭର ଖେଳିଥିଲେ। ଏହା ପରେ ଜାମି ନିସାମ (୨୮, ୨୩ ବଲ)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି କିୱି ଖେଳାଳି ବିଶେଷ କରି ପାରିନଥିଲେ। କଟ୍ରେଲ୍ କିନ୍ତୁ ମଧ୍ୟକ୍ରମରେ ୱିଲିୟମସନ୍ ଏବଂ ଲଥାମଙ୍କ ୱିକେଟ୍‌ ସହିତ ୧୦-୧-୫୬-୪ ବୋଲିଂ ଚିତ୍ର ପାଇଥିଲେ।

ସମ୍ବନ୍ଧିତ ଖବର