ଅବସର‌ ନେବେ ନାହିଁ ୱିଲିୟମ୍‌ସନ୍‌

ସିଡ୍‌ନି: ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ କ୍ରିକେଟ୍‌ର କୌଣସି ଫର୍ମାଟ୍‌ରୁ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଲଗାତର ଭାବେ ବିଶ୍ବକପ୍‌ ଫାଇନାଲ୍‌ରେ ପହଞ୍ଚିବାରୁ ବଞ୍ଚିତ ହେବା ‌ପରେ ନ୍ୟୁଜିଲାଣ୍ଡ ଅଧିନାୟକ ଅବସର ନେଇଯିବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଖୋଦ୍‌ ୱିଲିୟମ୍‌ସନ୍‌ ଖେଳ ଜାରି ରଖିବା ନେଇ ସ୍ପଷ୍ଟ କରିବା ପରେ ସମସ୍ତ ଆଲୋଚନା ବନ୍ଦ ହୋଇଯାଇଛି। ବୁଧବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପାକିସ୍ତାନ୍‌ଠୁ ନ୍ୟୁଜିଲାଣ୍ଡ ୭ ୱିକେଟ୍‌ରେ ପରାସ୍ତ ହୋଇ ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା।

ଗତ ସଂସ୍କରଣରେ ମଧ୍ୟ ଅଷ୍ଟ୍ରେଲିଆଠୁ ସେମିଫାଇନାଲ୍‌ରେ ପରାଜିତ ହୋଇଥିଲା ଏହି ଦଳ। କେବଳ ଟ୍ବେଣ୍ଟି-୨୦ ନୁ‌ହେଁ ଦିନିକିଆ ବିଶ୍ବକପ୍‌ରେ ମଧ୍ୟ ୨୦୧୫ ଓ ୨୦୧୯ରେ ନ୍ୟୁଜିଲାଣ୍ଡ ଫାଇନାଲ୍‌ରେ ପହଞ୍ଚିଥିଲେ ବି ଖାଲି ହାତରେ ଫେରିଥିଲା। ଏହାସତ୍ତ୍ବେ ଦଳର ପ୍ରଦର୍ଶନରେ ୱିଲିୟମ୍‌ସନ୍‌ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ମୁକାବିଲା ପାଇଁ ସେ ସବୁବେଳେ ପ୍ରସ୍ତୁତ ରହୁଥିବା ପ୍ରତିକ୍ରିୟା ଦେଇଛନ୍ତି। ନଭେମ୍ବର ୧୮ରୁ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ର ଘରୋଇ ଶୃଙ୍ଖଳା ଆରମ୍ଭ ହେବ। ଏହି ଶୃଙ୍ଖଳାରେ ୩ ଟ୍ବେଣ୍ଟି-୨୦ ଓ ଦିନିକିଆ ସାମିଲ ରହିଛି।

ସମ୍ବନ୍ଧିତ ଖବର