ମହିଳା ପ୍ରଦର୍ଶନୀ ମ୍ୟାଚ୍‌ରେ କଟକ ବିଜୟୀ

ଆନନ୍ଦପୁର: ପ୍ରଥମ କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଶନିବାର ମହିଳା ପ୍ରଦର୍ଶନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଏକାଦଶ ୧-୦ ଗୋଲରେ ଭୁବନେଶ୍ୱରର ଉର୍ମିଳା ଏକାଡ଼େମିକୁ ପରାସ୍ତ କରିଥିଲା। ଜାତୀୟସ୍ତରର ରେଫରି ସୁଜିତ୍‌ କୁମାର ପାତ୍ର ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ପାଲ, ଉତ୍କଳମଣି ବେହେରା, ସୁଦୀପ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଅନନ୍ତ ସେଠୀ, ସ୍ୱର୍ଗତ କୁଶରଂଜନଙ୍କ ଝିଅ ଅନେ୍ଵଷା ପଟ୍ଟନାୟକ ଶନିବାର ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ରବିବାର ଭୁବନେଶ୍ୱରର ୟାଜଦାନି କ୍ଲବ-୭୩ ଓ କଟକର କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର