ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ : ବର୍ଷା ଧୋଇନେଲା ପ୍ରଥମ ଦିନର ଖେଳ

ସାଉଥହାମ୍ପଟନ୍ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପର ଫାଇନାଲ ଆଗରେ ବର୍ଷା ଏକ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳକୁ ବାତିଲ କରାଯାଇଛି । ଆସନ୍ତା କାଲି ପାଗ ଭଲ ରହିଲେ ଟସ ପଡ଼ି ଖେଳ ଆରମ୍ଭ ହେବ । କିନ୍ତୁ ଆସନ୍ତା କିଛି ଦିନ ପର୍ୟ୍ୟନ୍ତ ସାଉଥହାମ୍ପଟନରେ ବର୍ଷା ସମ୍ଭାବନା ଥିବାରୁ ଖେଳ ଆରମ୍ଭ ହେବାକୁ ନେଇ ଆଶଙ୍କା ଦେଖାଦେଇଛି ।

ବର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇନଥିଲେ ବି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭାରତୀୟ ପ୍ରସଂଶକମାନଙ୍କୁ ଚିଡ଼େଇବାକୁ ଚେଷ୍ଟା କରିଛନ୍ତି । ଏକ ଟ୍ବିଟ୍ କରି ସେ ଲେଖିଛନ୍ତି ଯେ ବର୍ଷା ଭାରତକୁ ବଞ୍ଚାଇଦେଲା ।

ଏହି ମ୍ୟାଚ ପାଇଁ ଗୋଟିଏ ଦିନ ଅର୍ଥାତ ୨୩ ତାରିଖ ରିଜର୍ଭ ଡେ ବା ସଂରକ୍ଷିତ ଦିବସ ଥିଲେ ବି ସେ ଦିନ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ଯଦି ମ୍ୟାଚ ବାତିଲ ହୋଇଯାଏ ତେବେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ।

ସମ୍ବନ୍ଧିତ ଖବର