ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: କୋଭିଡ କଟକଣା ଭିତରେ ଜାଗର ପାଳନ ପାଇଁ ବିଚାରବିମର୍ଶ

ଭୁବନେଶ୍ୱର: ଆଗାମୀ ୧୧ ତାରିଖରେ ଭୁବନେଶ୍ୱରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଛି। ଜାଗର ଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ମନ୍ଦିରର ୩ ସେବାୟତ ନିଯୋଗ ସହ ପୁଲିସ ପ୍ରଶାସନ ବୈଠକ କରିଛି। ଏଥିରେ କୋଭିଡ କଟକଣା ଭିତରେ କିଭଳି ଜାଗର ଯାତ୍ରା ଅନୁଷ୍ଠିତ ହେବ ସେଥିପାଇଁ ଆଲୋଚନା ହୋଇଛି। ଶୃଙ୍ଖଳାରେ କିଭଳି ଭକ୍ତ ଦର୍ଶନ କରିବା ସହ ଦୀପ ଜାଳିବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଛି।

ତେବେ ଭକ୍ତମାନେ ଏକତ୍ର ବସି ଦୀପ ଜାଳିବେ ନାହିଁ। ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣକୁ ଧ୍ୟାନ ଦିଆଯିବ। ରାତି ୧୦ଟାରେ ମହାଦୀପ ଉଠିବା ଆଗରୁ ଭକ୍ତମାନେ କିଭଳି ମନ୍ଦିର ପରିସରରୁ ବାହାରକୁ ବାହାରି ଆସିବେ ସେଥିପାଇଁ ବି ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର