ବଗଳା ଜମି ପ୍ରସଙ୍ଗରେ ସଂବିତ ପାତ୍ରଙ୍କୁ ବିଜେଡ଼ିର ଜବାବ : ଯଦି କିଛି ବେଆଇନ କାମ କରିଛୁ କୋର୍ଟକୁ ଯାଅ

ଭୁବନେଶ୍ୱର : ପୁରୀର ବଗଳା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ବିଜେପି ମୁଖପାତ୍ର ସଂବିତ ପାତ୍ରଙ୍କ ଅଭିଯୋଗର ଜବାବ ରଖିଛି ବିଜେଡ଼ି । ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ସଂବିତ ପାତ୍ର ମିଥ୍ୟା ଆରୋପ ଲଗାଇ ଐତିହ୍ୟ ସହର ପୁରୀର ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ସେ ରାଜ୍ୟ ସରକାରଙ୍କ ଭଲ କାମରେ ସହାୟତା କରିବା ବଦଳରେ ରାଜନୀତି ପୁରାଉଛନ୍ତି । ବଗଳା ଧର୍ମଶାଳା ଜମି ବାବଦରେ ଯଦି କୌଣସି ବେଆଇନ କାମ ହୋଇଛି ବୋଲି ସେ ମନେ କରୁଛନ୍ତି, ତେବେ ସେ ନ୍ୟାୟାଳୟର ଆଶ୍ରୟ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି । ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ର କହିଥିଲେ ଯେ ବଗଳା ଜମି ବିକ୍ରି କ୍ଷେତ୍ରରେ ଚଞ୍ଚକତା କରିଛନ୍ତି ରାଜ୍ୟ ସରକାର । ସେ କହିଥିଲେ ଯେ ଏହି ଜମିରେ ୩.୨୬ କୋଟି ବ୍ୟୟ ପରେ ବି କାମ ବନ୍ଦ କରିଥିଲେ ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର