୨୮ ବଦଳରେ ସେପ୍ଟେମ୍ବର ୪ରେ ନୂଆଦିଲ୍ଲୀରେ କଂଗ୍ରେସର ହଲ୍ଲା ବୋଲ୍‌

ଭୁବନେଶ୍ବର : ଚଳିତମାସ ୨୮ତାରିଖ ବଦଳରେ ଆସନ୍ତାମାସ ୪ତାରିଖରେ ଅଖିଳ ଭାରତ କଂଗ୍ରେସର ମହଙ୍ଗାଇ ପର ହଲ୍ଲା ବୋଲ- ଚଲୋ ଦିଲ୍ଲୀ ଅନୁଷ୍ଠିତ ହେବ। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଉତ୍କଟ ବେକାରୀ ସମସ୍ୟା ପ୍ରତିବାଦରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ତେଣୁ ଏହି ଆନ୍ଦୋଳନରୁ ଓଡ଼ିଶାରୁ ଯୋଗ ଦେବାକୁ ଯାଉଥିବା କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଆସନ୍ତା ୩ ତାରିଖ ସୁଦ୍ଧା ନୂଆଦିଲ୍ଲୀରେ ପହଞ୍ଚିବା ଜରୁରୀ। ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯେଉଁମାନେ ଯୋଗ ଦେବେ ସେମାନଙ୍କ ଯାତାୟତ ସଂପର୍କିତ ସବିଶେଷ ବିବରଣୀ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ସହ ସମନ୍ୱୟ ରକ୍ଷା କରି ଚଳିମାସ ୨୮ ତାରିଖ ସୁଦ୍ଧା ଉପଲବ୍ଧ କରାଇବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି ଯଜ୍ଞେଶ୍ବର ବାବୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର