ପରଲୋକରେ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ଅଧ୍ୟାପକ ପର୍ଶୁରାମ ପଣ୍ଡା, ପ୍ରତିଷ୍ଠା କରିଛନ୍ତି ରାଜ୍ୟରେ ୯ ଆଶ୍ରମ

ରାଉରକେଲା : କରୋନାରେ ଆଖି ବୁଝିଛନ୍ତି ସେବା ଓ ତ୍ୟାଗର ପ୍ରତୀକ କଳ୍ପତରୁ ଆଶ୍ରମର ପ୍ରତିଷ୍ଠlତା ଅଧ୍ୟାପକ ପର୍ଶୁରାମ ପଣ୍ଡା l ହାଇଟେକ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୫.୧୫ମିନିଟରେ ତାଙ୍କର ପରଲୋକ ହୋଇଯାଇଛି l ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା l ତାଙ୍କର ଅକାଳ ବିୟୋଗରେ ସହରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି l ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଗଭୀର ଦୁଃଖ ପ୍ରକାଶ କରିଛନ୍ତି l

ବାଲେଶ୍ଵର ବସ୍ତାରେ ଜନ୍ମ ଗ୍ରହଣ କରିଥିଲେ ସ୍ବର୍ଗତ ଅଧ୍ୟାପକ ପଣ୍ଡା l ଲହୁଣୀପଡା କଲେଜର ଅଧ୍ୟକ୍ଷ ଥିବାବେଳେ ଚାକିରିରୁ ସ୍ବେଛାକୃତ ଅବସର ନେଇଥିଲେ l ଗତ ୨୦ ବର୍ଷ ତଳେ ରାଉରକେଲା ମୁନିସିପାଲ କଲେଜରେ ଅଧ୍ୟାପକ ଥବା ବେଳେ ବାସନ୍ତି କଲୋନି ଦୁର୍ଗାପୁର ପାହାଡ ପାର୍ଶ୍ଵରେ କଳ୍ପତରୁ ଆଶ୍ରମ ପ୍ରତିଷ୍ଠା କରିଥିଲେ l

କେବଳ ରାଉରକେଲା ନୁହେଁ ଭଦ୍ରକର ବାସୁଦେବପୁର, ଢେଙ୍କାନାଳ, ସୁନ୍ଦରଗଡ଼,ରାଜଗାଙ୍ଗପୁର, ଲହୁଣୀପଡ଼ା, ଅନୁଗୁଳ, ହୀରାକୁଦ ଆଦି ସ୍ଥାନରେ ଅନାଥ, ବେସାହାରା ପିଲାଙ୍କ ଭବିଷ୍ୟତ ଗଢିବାକୁ ୯ ରୁ ଅଧିକ ଆଶ୍ରମ ପ୍ରତିଷ୍ଠା କରିଛନ୍ତି l ତାଙ୍କ ପତ୍ନୀ ଅଧ୍ୟାପିକା ସରୋଜିନୀ ପତି ମଧ୍ୟ ସୁନ୍ଦରଗଡ଼ ଆଶ୍ରମ ଚଳାଉଛନ୍ତି l ରାଉରକେଲା ଆଶ୍ରମରେ ଗତ ପ୍ରାୟ ୧୪ ବର୍ଷ ଧରି ରହୁଥିଲେ l

ସମ୍ବନ୍ଧିତ ଖବର