ପାର୍ଲରରେ କ୍ରସ ମସାଜ: ଗିରଫ ୩ ବିଦେଶିନୀ ଘଣ୍ଟାକୁ ନେଉଥିଲେ ୪୦ହଜାର !

‘ବିବିଏସଆର୍‌ ଦିଦି’ ନାମ୍ନୀ ମହିଳାଙ୍କୁ ପୁଲିସ ଖୋଜୁଛି

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଛି କ୍ରସ ମସାଜ। ମସାଜ ପାର୍ଲରରେ ପୁରୁଷ ଗରାଖଙ୍କୁ ମହିଳା ମସାଜ କରୁଥିବା ବେଳେ ମହିଳା ଗ୍ରାହକଙ୍କୁ ପୁରୁଷ ଯୋଗାଉଛନ୍ତି ସେବା। ରାଜଧାନୀର ଖାରବେଳ ନଗର ଇଲାକାରେ ଥିବା ଏକ ପାର୍ଲର ଉପରେ ପୁଲିସ ଚଢ଼ାଉ କରିବା ପରେ ଆଗରୁ ଚର୍ଚ୍ଚାରେ ଥିବା ଖବର ଉପରୁ ଏବେ ପର୍ଦ୍ଦା ହଟିଛି। ଶୁକ୍ରବାର ହେଭେନ୍‌ ଥାଇ ମସାଜ ନାମରେ ଚାଲିଥିବା କ୍ରସ ମସାଜ ଘଟଣାରେ ପୁଲିସ ୩ ଜଣ ଥାଇଲାଣ୍ଡର ଯୁବତୀ ଓ ୨ଜଣ ସ୍ଥାନୀୟ ଯୁବତୀଙ୍କୁ ଗିରଫ କରିଛି।

ସାଙ୍କେତିକ ଫଟୋ

ସୂଚନାଯୋଗ୍ୟ, ହେଭେନ୍‌ ଥାଇ ମସାଜ ନାଁରେ ତିନିଜଣ ଥାଇଲାଣ୍ଡ ଯୁବତୀ କ୍ରସ ମସାଜ ଦେଉଥିଲେ। ତିନି ଜଣ ଥାଇଲାଣ୍ଡ ଯୁବତୀ ଏକକାଳୀନ ମସାଜ ଦେଉଥିବା ବେଳେ ତାଙ୍କୁ ସାହାଯ୍ୟ କରୁଥିଲେ ଅନ୍ୟ ଦୁଇଜଣ ସ୍ଥାନୀୟ ଯୁବତୀ । ଗ୍ରାହକଙ୍କୁ ହେଭେନ୍‌ ଥାଇ ମସାଜ ସେଣ୍ଟରେ ମସାଜ ନେବାକୁ ହେଲେ ଏକଘଣ୍ଟା ରହଣି ପାଇଁ ୪୦ ହଜାର ଟଙ୍କା ପୈଠ କରିବାକୁ ପଡ଼ିଥାଏ। ସେହିପରି ବିଦେଶିନୀଙ୍କ ସହ ବ୍ୟକ୍ତିଗତ ମସାଜ ନେବାକୁ ଚାହୁଁଥିବା ଗ୍ରାହକଙ୍କୁ ୧୨ହଜାର ଟଙ୍କା ଓ ସ୍ଥାନୀୟ ଯୁବତୀଙ୍କ ପାଇଁ ଅଢେଇ ହଜାର ଟଙ୍କା ଦେବାକୁ ପଡ଼ୁଥିଲା ବୋଲି ସୂଚନା ମିଳିଛି।

ଥାଇଲାଣ୍ଡ ଯୁବତୀ ହାଇପ୍ରୋଫାଇଲ ଗ୍ରାହକଙ୍କୁ ଏହି ମସାଜ ଦେଉଥିବା ସମୟରେ ଖାରବେଳ ନଗର ପୁଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ ୩ଜଣ ବିଦେଶିନୀ, ୨ ଜଣ ଓଡ଼ିଶା ଯୁବତୀଙ୍କ ସହିତ ୨ଜଣ ଗରାଖଙ୍କୁ ଗିରଫ କରିଛି । ତେବେ ଏମାନଙ୍କ ନିକଟରୁ ୩ଟି ଥାଇଲାଣ୍ଡର ପାସପୋର୍ଟ, ମୋବାଇଲ ଫୋନ୍‌ ଏବଂ ଏକ ହୋଣ୍ଡା କାର୍‌ ଜବତ କରାଯାଇଛି ।

ସାଙ୍କେତିକ ଫଟୋ

ତେବେ ଭୁବନେଶ୍ୱରରେ ଚାଲିଥିବା ଏହି ସେକ୍ସ ରାକେଟର କିଙ୍ଗପିନକୁ ଗିରଫ କରିବା ପାଇଁ କମିସନ୍‌ରେଟ ପୁଲିସ ଛାନଭିନ୍‌ ଆରମ୍ଭ କରିଛି । ଅନ୍ୟପଟେ ବିେଦେଶିନୀଙ୍କୁ ଭୁବନେଶ୍ୱର ଆଣିଥିବା ‘ବିବିଏସଆର୍‌ ଦିଦି’ ନାମ୍ନୀ ମହିଳାଙ୍କୁ ବି ପୁଲିସ ଖୋଜୁଛି । ଏହି ‘ବିବିଏସଆର୍‌ ଦିଦି’ କିଏ ? ଉଦ୍ଧାର ହୋଇଥିବା ବିଦେଶୀନିଙ୍କୁ ସେ କାହିଁକି ବାରମ୍ବାର କଲ୍‌ କରୁଥିଲେ ? ଏହି ଦିଦି ହାଇପ୍ରୋଫାଇଲ ସେକ୍ସ ରାକେଟର କିଙ୍ଗପିନ୍‌ ନୁହେଁ ତ?

ସମ୍ବନ୍ଧିତ ଖବର