ସୌଭାଗ୍ୟ ଯୋଜନାରେ ଓଡିଶାକୁ ସାର୍ଟିଫିକେଟ

ଭୁବନେଶ୍ୱର: ରେକର୍ଡ ସମୟ ମଧ୍ୟରେ ସୌଭାଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ କେନ୍ଦ୍ର ସରକାର ଓଡିଶାକୁ ପ୍ରଶଂସା କରିବା ସହିତ ଉତ୍କୃଷ୍ଟ ପ୍ରଦର୍ଶନ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । କେନ୍ଦ୍ର ଶକ୍ତି ସଚିବ ଆର.କେ.ସିଂହ ଆଜି ଶକ୍ତିମନ୍ତ୍ରୀ ସମ୍ମିଳନୀରେ ରାଜ୍ୟ ଶକ୍ତି ସଚିବ ହେମନ୍ତ ଶର୍ମାଙ୍କୁ ଏହା ପ୍ରଦାନ କରାଯାଇଛି।

ଆଜି ଠାରୁ ଦୁଇଦିନ ଧରି ଶକ୍ତିମନ୍ତ୍ରୀ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶକ୍ତିମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ରାଜ୍ୟ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ସମ୍ମିଳନୀରେ ଯୋଗଦେଇ ରାଜ୍ୟର ବିଭିନ୍ନ ଶକ୍ତି ସମସ୍ୟା ଉପସ୍ଥାପନ ସହିତ ଏ କ୍ଷେତ୍ରରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ସହାୟତା ଲୋଡିଛନ୍ତି। ସୌଭାଗ୍ୟ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୭ ସେପ୍ଟେମ୍ବର ୨୫ ତାରିଖରେ ଆରମ୍ଭ କରିଥିଲେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଉଭୟ ଏପିଏଲ୍‍ ଓ ବିପିଏଲ୍‍ ପରିବାର ଏବଂ ସହରାଞ୍ଚଳରେ ଥିବା ଗରିବ ପରିବାର ଗୁଡିକୁ ମାଗଣାରେ ବିଜୁଳି ସଂଯୋଗ ଦିଆଯାଉଛି। ଓଡିଶା ରେକର୍ଡ ସମୟ ମଧ୍ୟରେ ରାଜ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିପାରିଛି। ଏହି ଅବସରରେ ଅତିରିକ୍ତ ଭିତ୍ତିଭୂମି ଲାଗି ଅର୍ଥ ଯୋଗାଇବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହଙ୍କୁ ଅନୁରୋଧ ଓଡ଼ିଶା ପକ୍ଷରୁ ଅନୁେରାଧ କରାଯାଇଛି। ଉଲ୍ଲେଖ କରାଯାଇପାରେ, ରାଜ୍ୟ ସରକାର ୧୦,୧୧,୦୦୦ ପରିବାରକୁ ବିଜୁଳି ସଂଯୋଗ ଯୋଗାଇ ଦେଇଥିବାବେଳେ ଏଥିପାଇଁ ଅତିରିକ୍ତ ଭିତ୍ତିଭୂମି ବାବଦରେ ୫୦୮ କୋଟି ୬୩ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ଯୋଜନାର କାର୍ଯ୍ୟକାରିତା ସମୟରେ ଏଥିପାଇଁ ୫୮୦ କୋଟି ଟଙ୍କା ଆବଶ୍ୟକ ଥିବାରୁ ଅତିରିକ୍ତ ଅର୍ଥ ଯୋଗାଣ ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର