ରାଜଗାଙ୍ଗପୁରରେ ଅସହାୟ ମହିଳାଙ୍କୁ ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ  

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ରହୁଥିବା ପ୍ରତାପ ସାହୁ ନାମକ ବ୍ୟକ୍ତିଙ୍କ ନାଁ ରେ ନିଜର ମିଛ ପରିଚୟ ଦେଇ ଜଣେ ଗରିବ ଅସହାୟ ମହିଳାଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକେଇ କରିଥିବା ନେଇ ମହିଳା ଜଣଙ୍କ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ବଗିଚାପଡ଼ା ୱାର୍ଡ ନଂ ୬  ଅଞ୍ଚଳରେ ରହୁଥିବା  ପୀଡ଼ିତା ବୟସ୍କା ମହିଳା ଅଁଏଲା ବାରିକଙ୍କ ସ୍ୱାମୀ ଶିବ ପ୍ରସାଦ ବାରିକ ଭାରତ ସରକାରଙ୍କ ସାମରିକ ବାହିନୀରେ ସୁଇପର ଭାବରେ କାର୍ଯ୍ୟ କରୁଥିଲେ । ହଠାତ ତାଙ୍କର ଦୁଇ ବର୍ଷ ତଳେ ଦେହାନ୍ତ ହେଇଯାଇଥିଲା। ତେଣୁ ସ୍ବାମୀଙ୍କର ପେନସନ ଟଙ୍କା ପାଇବା  ପାଇଁ ଆବଶ୍ୟକ କାଗଜପତ୍ର ପାଇଁ ପୀଡ଼ିତା ମହିଳା  ପ୍ରତାପ ସାହୁଙ୍କର ସହଯୋଗ ମାଗିଥିଲେ ।

ପ୍ରତାପ ସାହୁ ଆବଶ୍ୟକ କାଗଜପତ୍ର ତିଆରି କରିଦେବାପାଇଁ  ପୀଡ଼ିତାଙ୍କ ଠାରୁ ନଗଦ ପାଞ୍ଚ ହଜାର  ଟଙ୍କା  ବିବାହ ସାର୍ଟିଫିକେଟ ଏବଂ ଉତ୍ତରାଧିକାରୀ ସାର୍ଟିଫିକେଟ ନେଇଥିଲେ । କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ  ମହିଳାଙ୍କୁ କୌଣସି କାଗଜପତ୍ର ମିଳିପାରିନଥିଲା। ତେଣୁ ଅଁଏଲା ବାରିକ ଦେଇଥିବା କାଗଜପତ୍ର ଏବଂ ଟଙ୍କା ଫେରସ୍ତ ମାଗିବାରୁ  ପ୍ରତାପ ସାହୁ ତାଙ୍କୁ ପୁନଶ୍ଚ ସତୁରି ହଜାର ଟଙ୍କା ଦାବି କରିଥିଲା ଏବଂ କାଗଜପତ୍ର ଓ ଟଙ୍କା ଫେରସ୍ତ କରିବା ବଦଳରେ ମହିଳାଙ୍କୁ ଆହୁରି  ସତୁରି ହଜାର ଟଙ୍କା ମାଗିବା ସହ ଧମକ ଚମକ ଦେଇଥିଲେ ।

ଧମକ ଦେବା ସମୟରେ ମହିଳାଙ୍କର ଦୁଇଜଣ ଝିଆରୀ ହସ୍ତକ୍ଷେପ କରିଥିଲେ। କିନ୍ତୁ ଅଭିଯୁକ୍ତ ପ୍ରତାପ ସାହୁ ନିଜକୁ ଜଣେ ସାମ୍ବାଦିକ, ଓକିଲ ଏବଂ ଥାନାର ବଡ଼ବାବୁ ବୋଲି ନିଜର ପରିଚୟ ଦେଇ ମହିଳାଙ୍କୁ ଧମକ ଦେବା ସହିତ ମହିଳାଙ୍କର ଦୁଇ ଝିଆରୀଙ୍କୁ ଚାକିରି ଖାଇଦେବା ନେଇ ଧମକ ଚମକ ଦେଇଥିଲେ । ତେଣୁ ଅଁଏଲା ବାରିକ ପ୍ରତାପ ସାହୁଙ୍କ ନାଁ ରେ ଗତକାଲି ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଲିଖିତ ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ  ଥାନା କେଶ-ନଂ-୧୪୦/୨୦ ଭାରତୀୟ ପିଙ୍ଗଳ କୋଡ଼-୪୨୦ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରଥିଲେ ଏବଂ ଘଟଣାର ସତ୍ୟା ସତ୍ୟ ଜଣାପଡ଼ିବା ପରେ ଅଭିଯୁକ୍ତ ପ୍ରତାପ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର