ସର୍ଟସର୍କିଟ୍ ଯୋଗୁ ଘରେ ଲାଗିଲା ନିଆଁ, ଟିଭି ଫାଟି ୩ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ୍ ଅଞ୍ଚଳରେ  ଟିଭି ଫାଟି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଜଣାଯାଇଛି। ଏଥିରେ ଗୋଟିଏ ପରିବାର ୩ ଜଣ ସଦସ୍ୟ ପୋଡ଼ି ଯାଇଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ପଦ୍ମପୁର ବ୍ଲକର ଅନ୍ତରଲା  ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ସେହି ଗାଁର ସୁନୀଲ ଦେହେରିଆଙ୍କ ଘରେ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଯାଇଥିଲା। ଏହାର ପ୍ରଭାବରେ ଟିଭିରେ ନିଆଁ ଲାଗିଯାଇଥିଲା। ଏଥିରେ ସୁନୀଲ ଦେହେରିଆ, ତାଙ୍କ ସ୍ତ୍ରୀ ଯାଜ୍ଞସେନୀ ଓ ଦୁଇ ବର୍ଷର ଶିଶୁପୁତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହାପରେ ତିନି ଜଣଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ନିଆଯାଇଥିଲା। ସେଠାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ବିସ୍ଫୋରଣରେ ଘରର କିଛି ଆସବାବପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର