କଟକ ଜିଲ୍ଲାର ଗୋବିନ୍ଦପୁର ଥାନା ଅଞ୍ଚଳରେ ଯୁବକଙ୍କ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

କଣ୍ଟାପଡ଼ା: କଟକ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୋବିନ୍ଦପୁର ଥାନା ସୁଦୁସାହିଲୋ ଭୋଇସାହିର ନଟବର ଭୋଇଙ୍କ ପୁଅ ବ୍ରଜ କିଶୋର ଭୋଇଙ୍କୁ   ଗତକାଲି ରାତି ପ୍ରାୟ ୩ଟାରୁ ଘରେ କେହି ଦେଖିବାକୁ ପାଇ ନଥିଲେ। ଏହାପରେ ଘର ଲୋକେ ଭାବିଥିଲେ ବୋଧହୁଏ ସେ ଶୌଚ ହେବାକୁ ଯାଇଥିବ। ମାତ୍ର ଭୋର୍ ବେଳକୁ ବି ସେ ନ ପହଞ୍ଚିବାରୁ  ଘର ଲୋକେ ଖୋଜାଖୋଜି କରିଲେ।

ତାପରେ ସେମାନେ ଗାଁ ମଝିରେ ବ୍ରଜ କିଶୋର ଭୋଇଙ୍କର ମୃତଦେହ   ପଡ଼ି ରହିଥିବାର ଦେଖିବାକୁ ପାଇଲେ। ଏହାପରେ ଏନେଇ ସେମାନେ ଗୋବିନ୍ଦପୁର ଥାନାକୁ ଖବର ଦେଇଥିଲେ। ଗୋବିନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କଟକର ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି l

ବ୍ରଜ କିଶୋର ଭୋଇଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ବା ସର୍ପାଘାତରେ ପ୍ରାଣହାନି ଘଟିଥିବାର ଅନୁମାନ କରାଯାଉଛି l ତେବେ  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ କହିଛନ୍ତି।

 

ସମ୍ବନ୍ଧିତ ଖବର