ଦାମୀ କାର୍ ସହ ୧୦ ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ

ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୁଲିସ ଏକ ବଡ଼ ଗଞ୍ଜେଇ କାରବାରକୁ ଧରିଛି। ଏକ ଲାଲ୍ ଦାମୀ ହୁଣ୍ଡାଇ କାର୍ ଓ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ହେଲେ ଦିଲ୍ଲୀର ଆକାଶ ଗୁପ୍ତା ଓ ସ୍ଥାନୀୟ କଂସାମାରୀ ଗ୍ରାମର ରାଜମୋହନ ଦୋରା ବୋଲି ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ, ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ବରେ ମହିଳା ଏସ୍ଆଇ ମିଲନ୍‌ ପ୍ରଧାନଙ୍କ ସହ ଏକ ଟିମ୍ ସୁମନ୍ତପୁର ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲେ। ଏ ସମୟରେ ଡେଙ୍ଗାଉସ୍ତା-ପଳାଶପୁର ରାସ୍ତାରେ ଏହି ଗଞ୍ଜେଇ ଭର୍ତ୍ତି କାର୍ ଯାଉଥିବା ବିଶେଷ ସୂତ୍ରରୁ ଜାଣିବାକୁ ପାଇଲେ। ତୁରନ୍ତ ପୁଲିସ କାର୍‌କୁ ଅଟକ ରଖିବା ସହ ଯାଞ୍ଚ୍‌ ବେଳେ ଏଥିରେ ୭୫ କେଜି. ୨୫୦ ଗ୍ରାମ ଗଞ୍ଜେଇ ଭର୍ତ୍ତି ଥିବା ଜାଣିବାକୁ ପାଇଥିଲେ। ଗଞ୍ଜେଇକୁ ଜବତ ପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଓଜନ କରା ଯାଇଥିଲା। କେସ୍ ନମ୍ବର ୧୫୦/୨୨ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ପାଟପୁର ଥାନାଧିକାରୀ ଶ୍ରୀ ମଲ୍ଲ କହିଛନ୍ତି।

ସମ୍ବନ୍ଧିତ ଖବର