ପୁଣି ୧୦ଜଣଙ୍କ ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୨୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ୪, ଗଞ୍ଜାମ, କଟକ, ପୁରୀ, ରାୟଗଡ଼ା, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଖୋର୍ଦ୍ଧାରୁ ୨ ଜଣଙ୍କ ଭିତରୁ ଜଣେ ମୃତକ ପୁରୁଷଙ୍କ ବୟସ ୭୦ବର୍ଷ ଓ ମହିଳାଙ୍କ ବୟସ ୫୦ ବର୍ଷ। ଭୁବନେଶ୍ବରରୁ ଯେଉଁ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ମଧ୍ୟରେ ଜଣେ ୬୫ ବର୍ଷ ଓ ଜଣେ ୬୮ ବର୍ଷିୟ ପୁରୁଷ ଅଛନ୍ତି।
ଅପରପକ୍ଷରେ ବରଗଡ଼ର ମୃତକ ପୁରୁଷଙ୍କ ବୟସ ୪୨ ବର୍ଷ ଓ ରାୟଗଡ଼ାର ମୃତକ ପୁରୁଷଙ୍କ ବୟସ ୩୯ବର୍ଷ ବୋଲି ଜଣାଯାଇଛି। ଠିକ୍ ସେହିପରି କଟକର ଜଣେ ବୟସ ୬୦ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ଘଟିଛି। ଏଣେ ଗଞ୍ଜାମର ମୃତକ ପୁରୁଷଙ୍କ ବୟସ ୮୫ ବର୍ଷ, ସୁନ୍ଦରଗଡ଼ର ମୃତକ ପୁରୁଷଙ୍କ ବୟସ ୫୨ ବର୍ଷ ବୋଲି ଜଣାଯାଇଛି। ପୁରୀର ମୃତକ ମହିଳାଙ୍କ ବୟସ ୬୦ ବର୍ଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୪୨,୨୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯,୬୧୨ ରହିଛି।

ସମ୍ବନ୍ଧିତ ଖବର