ସମ୍ବଲପୁର ଆଇଆଇଏମ୍‌ରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍‌ ଶୁଭାରମ୍ଭ: ୨୦୩୬ ସୁଦ୍ଧା ୧୦୦ କୋଟିର ୧୦୦ଟି ଷ୍ଟାର୍ଟଅପ୍ ପାଇଁ ପଦକ୍ଷେପ

ସେଣ୍ଟର ଅଫ୍ ମ୍ୟାନେଜମେଣ୍ଟ୍ ଏଜୁକେସନ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ

ସମ୍ବଲପୁର: ସମ୍ବଲପୁର ଆଇଆଇଏମ୍‌ରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍‌ର ଶୁଭାରମ୍ଭ କରାଯାଇଛି। ରାଜ୍ୟରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରାଇବା ଏହି ଷ୍ଟାର୍ଟଅପର ମୁଖ୍ୟଲକ୍ଷ୍ୟ ଶୁଭାରମ୍ଭ ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଭାଷାଭିତ୍ତିକ ରାଜ୍ୟ ଭାବେ ୨୦୩୬ରେ ଓଡ଼ିଶାକୁ ୧୦୦ ବର୍ଷ ପୂରଣ ହେବ। ଏହି ୧୦୦ ବର୍ଷ ପୂରଣ ଅବସରରେ ୧୦୦ ଷ୍ଟାର୍ଟଅପ୍‌ କରାଯିବ ଏବଂ ପ୍ରତ୍ୟେକ ଷ୍ଟାର୍ଟଅପ୍‌ର ମୂଲ୍ୟ ୧୦୦ କୋଟି ଟଙ୍କା ହେବ। ଏହି ଲକ୍ଷ୍ୟନେଇ ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍‌ ଆରମ୍ଭ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଗୁଳରେ ସେଣ୍ଟର ଅଫ୍ ମ୍ୟାନେଜମେଣ୍ଟ୍ ଏଜୁକେସନ ସ୍ଥାପନା ପାଇଁ ଆଇଆଇଏମ ସମ୍ବଲପୁର ଓ ଆଇଆଇଏମ୍‌ ମୁମ୍ବାଇ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା।

କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଜିତେନ୍ଦ୍ର ହରିପାଲ, କ୍ରିଷ୍ଣା ପଟେଲ ଓ ମିତ୍ରଭାନୁ ଗୌନ୍ତିଆ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ। ବଜାଜ ଫିନସର୍ଭର ସିଏମଡି ସଞ୍ଜୀବ ବଜାଜ, କୋଲ୍‌ ଇଣ୍ଡିଆର ଏମଡି ପିଏମ୍ ପ୍ରସାଦ, ସେଲ୍‌ର ସିଏମଡି ଅମରେନ୍ଦୁ ପ୍ରକାଶ, ନାଲକୋର ଏମଡି ଶ୍ରୀଧର ପାତ୍ରଙ୍କ ସମେତ ଆଇଆଇଏମ୍‌ ସମ୍ବଲପୁରର ନିର୍ଦ୍ଦେଶକ ପ୍ର. ମହାଦେବ ଜୟସ୍ବାଲ୍‌, ଆଇଆଇଏମ୍‌ ମୁମ୍ବାଇର ନିର୍ଦ୍ଦେଶକ ପ୍ର. ମନୋଜ ତିଵାରି, କଳାହାଣ୍ଡିର ଯୁବ ଉଦ୍ୟମୀ ଜୟନ୍ତୀ ମହାପାତ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ମାଷ୍ଟର୍‌ ବୁଣାକାର ସୁଲୋଚନା ମେହେର, ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର