ଷ୍ଟେସନ୍‌ରେ ଲାଗିବ ୧୦୦ ଫୁଟ ଉଚ୍ଚର ଜାତୀୟ ପତାକା

ଓଡ଼ିଶାରେ ପୁରୀ, ଭୁବନେଶ୍ବର

ଭୁବନେଶ୍ବର: ଦେଶର ୭୫ଟି ରେଳଷ୍ଟେସନ (ଏ୧ କ୍ୟାଟେଗୋରି)ରେ ୧୦୦ଫୁଟ ଉଚ୍ଚତାର ଜାତୀୟ ପତାକା ଲାଗିବ। ଏଥିରେ ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାରେ ଭୁବନେଶ୍ବର ଓ ପୁରୀରେ ଏହିଭଳି ପତାକା ଲାଗିବ। ଡିସେମ୍ବର ଶେଷ ସୁଦ୍ଧା ଏହି ଜାତୀୟ ପତାକା ଲାଗିବ ବୋଲି ଜଣାପଡ଼ିଛି। ୭୫ଟି ରେଳ ଷ୍ଟେସନ୍‌ରେ ଜାତୀୟ ପତାକା ଲଗାଇବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ଅକ୍ଟୋବର ୨୨ରେ ସମସ୍ତ ଜୋନାଲ ରେଲ୍‌ୱେ କାର୍ଯ୍ୟାଳୟକୁ ଚିଠି କରାଯାଇଥିବା ଜଣାପଡ଼ିଛି। ଜାତୀୟ ପତାକା ଯେପରି ନିକଟବର୍ତ୍ତୀ ଅଞ୍ଚଳକୁ ସ୍ପଷ୍ଟ ଭାବେ ଦେଖାଯିବ ସେଥିପାଇଁ ଆବଶ୍ୟକୀୟ ଆଲୋକୀକରଣ କରିବା ସହ ଏହାର ସୁରକ୍ଷା ଦାୟିତ୍ବ ଆର୍‌ପିଏଫ୍‌କୁ ଦିଆଯାଇଛି।

ସମ୍ବନ୍ଧିତ ଖବର