୧୧.୫୧ ଲକ୍ଷ ଠକେଇ, ରବୀନ୍ଦ୍ରକୁ ବାନ୍ଧିଲା ସାଇବର ପୁଲିସ

ରାଉରକେଲା: ଋଣ କରାଇ ଦେବା ନାଁରେ ଜଣେ ବ୍ୟବସାୟୀଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ୫୧ ହଜାର ୮୦୦ ଟଙ୍କା ଠକି ନେବା ଜଣେ ଯୁବକକୁ ମହଙ୍ଗା ପଡିଛି। ସାଇବର ପୁଲିସ ଗଞ୍ଜାମ ଜିଲ୍ଲାର ରବିନ୍ଦ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ନିକଟରୁ ପଲିସ ବ୍ୟାଙ୍କ ପାସବୁମ୍‌, ବ୍ଲାଙ୍କ ଚେକ୍‌ ବୁକ୍‌ ସହ ମୋବାଇଲ ଫୋନ୍‌ ଜବତ କରିଛି।

ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ରବିନ୍ଦ୍ର ରାଉରକେଲାରେ ରହନ୍ତି।  ୧୫ ଲକ୍ଷ ଟଙ୍କା ଋଣ କରାଇ ଦେବାକୁ କହି ରବିନ୍ଦ୍ର ଜଣେ ବ୍ୟବସାୟୀଙ୍କ ଠାରୁ ଆବଶ୍ୟକ କାଗଜପତ୍ର ସହ ଦସ୍ତଖତ ଥିବା ବ୍ଲାଙ୍କ ଚେକ୍‌ ଆଣିଥିଲେ। ବ୍ୟବସାୟୀ ଜଣକ ବ୍ଲାଙ୍କ ଚେକ୍‌ ଦେବା ପରେ ରବିନ୍ଦ୍ର ସେହି ଚେକ୍‌କୁ ବ୍ୟବହାର କରି ନିଜ ବ୍ୟାଙ୍କ ଆକାଉଣ୍ଟକୁ ୧୧ ଲକ୍ଷ ୫୧ ହଜାର ୮୦୦ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ। ବ୍ୟବସାୟୀ ଜଣକ ଏ ସଂକ୍ରାନ୍ତରେ ଜାଣିବା ପରେ ସାଇବର ଥାନାରେ ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର