ସୃଷ୍ଟି ହେଲା ୧୧୨୯୨ ନର୍ସିଂ ଅଫିସର ପଦବି

ଭୁବନେଶ୍ବର : ରାଜ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ୧୧୨୯୨ ନର୍ସିଂ ଅଫିସର ପଦବି ସୃଷ୍ଟି କରିଛନ୍ତି। ପର୍ଯ୍ୟାୟକ୍ରମେ ଏହି ନୂତନ ପଦବିରେ ନିଯୁକ୍ତି ଦିଆଯିବ। ଏବେ ୭୪୧୩ ପଦବି ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା ଓଏସ୍‌ଏସ୍‌ଏସ୍‌ସିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ରାଜ୍ୟରେ ଡିଗ୍ରି/ଡିପ୍ଲୋମା କରିଥିବା ଆଶାୟୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ଏହି ନର୍ସିଂ ଅଫିସରମାନଙ୍କୁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର