୧୨ ଶହ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ଚିତ୍ରଡ଼ା: ମୋରଡ଼ା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୨ ଶହ ଗ୍ରାମ ଗଞ୍ଜେଇ ସହ ଅଭିଯୁକ୍ତକୁ ଗିରଫ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଥାନା ଅଧିକାରୀ ଭରତ କୁମାର ମିଶ୍ର ବରକନ୍ଦ ନିକଟରେ ଚଢ଼ଉ କରି ଗଞ୍ଜେଇ ନେଇ ଯାଉଥିବା ବରକନ୍ଦ ଗ୍ରାମର ଶ୍ରୀନିବାସ ବାରିକଙ୍କୁ ମାଡ଼ି ବସିଥିଲେ।

ଶ୍ରୀନିବାସଙ୍କ ପାଖରୁ ୧୨ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। କିଛିଦିନ ପୂର୍ବରୁ ମୋରଡ଼ା ଓ ଚିତ୍ରଡ଼ାରେ ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍‌ ଚଢ଼ଉ କରି ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ବିଦେଶୀ ମଦ କାରଖାନା ଠାବ କରିଥିଲା। ଆଉ ଏବେ ଗଞ୍ଜେଇ ବ୍ୟବସାୟୀ ଗିରଫ ହେବା ଘଟଣା ଏହି ଅବକାରୀ ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ବଢ଼ି ଚାଲିଥିବା ପ୍ରମାଣ ଦେଉଛି।

ସମ୍ବନ୍ଧିତ ଖବର