ବଞ୍ଚୋ ବାଲିଘାଟରେ ୧୪୪ ଧାରା ଜାରି

ହାଟଡିହି: ହାଟଡିହି ତହସିଲ ଅଧୀନ ବଞ୍ଚୋ ବାଲିଘାଟରୁ ବାଲି ଚୋରା ଚାଲାଣ ରୋକିବାକୁ ପାଇଁ ପ୍ରଶାସନ ପକ୍ଷରୁ ପୁଣି ୧୪୪ ଧାରା ଜାରି କରାଯାଇଛି। ନଭମ୍ବେରରେ ଏହି ଘାଟ‌ରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ଟ୍ରେଞ୍ଚ ଖୋଳା ଯାଇଥିଲା। କିନ୍ତୁ ଏହି ଘାଟରୁ ପୁଣି ବାଲି ଉତ୍ତୋଳନ ଆରମ୍ଭ ହୋଇଥିଲା। ଗତକାଲି ତହସିଲ ପକ୍ଷରୁ ଏକ ଟ୍ରାକ୍ଟର ଜବତ କରାଯାଇଥିଲା।

ଆଜି ଉପଜିଲ୍ଲାପାଳଙ୍କ ସିଏମ୍‌ସି ନମ୍ବର-୪/୨୦୨୩ରେ ବଞ୍ଚୋ ବାଲିଘାଟର ଖାତା ନମ୍ବର-୧୦୩୯ ପ୍ଲଟ୍‌ ନମ୍ବର ୫୨୨୪/୫୪୪୪ରେ ତହସିଲଦାରଙ୍କ ଉପସ୍ଥିତିରେ ୧୪୪ ଧାରା ଜାରି କରାଯାଇ ନାଲିପତାକା ପୋତାଯାଇଛି। ତହସିଲଦାର ନରେନ୍ଦ୍ର କୁମାର ସେଠୀ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ବଞ୍ଚୋ ରାଜସ୍ୱ ନିରୀକ୍ଷକ ଭକ୍ତିଲତା ଖମାରୀଙ୍କ ସମେତ ଆନନ୍ଦପୁର ପୁଲିସ ଉପସ୍ଥିତିରେ ବାଲିଘାଟ ରାସ୍ତାର ଉଭୟ ପାର୍ଶ୍ବରେ ଟ୍ରେଞ୍ଚ ଖୋଳାଯାଇଛି।

ସମ୍ବନ୍ଧିତ ଖବର