ବିଜେଡି ଦଖଲରେ ୧୫ଟି ଶୀର୍ଷ ସମବାୟ ସଂସ୍ଥା

ଭୁବନେଶ୍ବର : ରାଜ୍ୟର ୧୫ଟି ଯାକ ଶୀର୍ଷ ସମବାୟ ସଂସ୍ଥାର ସଭାପତି ପଦ ବିଜେଡି ‌ହାତେଇ ନେଇଛି। ସଭାପତି ନିର୍ବାଚନରେ ବିଜେଡି ମନୋନୀତ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି।

ଏଥିରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଭାବେ ଟି ପ୍ରସାଦ ରାଓ ଦୋରା ବିଜୟୀ ହୋଇଥିବାବେଳେ ମାର୍କଫେଡ୍‌ରେ କବିତା ମଞ୍ଜରୀ ପରିଡ଼ା, ଓଡ଼ିଶା ରାଜ୍ୟ ସମବାୟ ଗୃହନିର୍ମାଣ ନିଗମରେ ବିଶ୍ବରଂଜନ ମହାନ୍ତି, ଓଡ଼ିଶା ଖାଉଟି ସମବାୟ ଫେଡେରେସନରେ ପ୍ରତାପ ଚନ୍ଦ୍ର ଧଳ, ଓଡ଼ିଶା ଫେଡେରେସନ୍ ଅଫ୍ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍‌ସ ଆଣ୍ଡ କ୍ରେଡିଟ କୋଅପରେଟିଭ୍ ସୋସାଇଟିଜ୍‌ରେ ମହେନ୍ଦ୍ର କୁମାର ନାୟକ, ବୟନିକାରେ ପ୍ରକାଶ ଚନ୍ଦ୍ର ମେହେର, ସେରିଫେଡ୍‌ରେ ଭାଗିରଥୀ ନନ୍ଦ, ଉତ୍କଳିକାରେ ଦେବସ୍ମିତା ସାହୁ, ଫିସ୍‌ଫେଡ୍‌ରେ ସସ୍ମିତା ରାଉତ, ଓପୋଲଫେଡ୍‌ରେ ଭୋଳେଶ୍ବର ସ୍ବାଇଁ, ଓମଫେଡ୍‌ରେ କିଶୋର ଚନ୍ଦ୍ର ପ୍ରଧାନି, କତା ନିଗମରେ ଗୋପୀନାଥ ମିଶ୍ର, ଟିଡିସିସିରେ ଚମେଲି ଓରାମ, ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଆର୍ଥିକ ସମବାୟ ନିଗମରେ ଆଶିଷ କୁମାର ମହାନ୍ତି, ଓଡ଼ିଶା ମହିଳା ବିକାଶ ସମବାୟ ନିଗମରେ ସ୍ବାଧୀନବାଳା ଦାସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର