ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା କାଲି ( ମାର୍ଚ୍ଚ-୧୮) ଠାରୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନକୁ ଯାଉଥିବା ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର (ସଂ), ବ୍ରହ୍ମପୁର ଓ କୋରପୁଟ (ସଂ) ଏହି ଚାରିଟି ଲୋକସଭା ଆସନ ସମେତ ଏହି ଚାରିଟି ଲୋକସଭା ଆସନ ଅଧୀନରେ ରହିଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଆସନ୍ତାକାଲିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏପରିସ୍ଥିତିରେ ଶାସକ ବିଜେଡି ଦଳର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ଦଳୀୟ ବରିଷ୍ଠ ନେତାମାନେ ସୂଚନା ଦେଇଛନ୍ତି।
ଉଲ୍ଲେଖଯାଗ୍ୟ, ଏହି ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ପ୍ରାର୍ଥୀ ଦାବିଦାର ରହିଥିଲେ। ଗତ ପ୍ରାୟ ଏକ ସପ୍ତାହ ଧରି ଦକ୍ଷିଣ ଓଡ଼ିଶାର ଏହି ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଦଳୀୟ ପ୍ରାର୍ଥୀ ହେବାକୁ ନେତାମାନେ ସେମାନଙ୍କ ସମର୍ଥକମାନଙ୍କୁ ଧରି ଲବି ଚଲାଇଥିଲେ। ତେବେ ସବୁୁ କଥା ବିଚାରକୁ ନେଇ ସବୁ ପକ୍ଷଙ୍କ ସହ ଆଲୋଚନା କରି ଅଧିକ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଚୂଡାନ୍ତ ଦଳୀୟ ପ୍ରାର୍ଥୀଭାବେ ବାଛିଥିବା ବିଶ୍ୱସ୍ତ ସୂତରୁ ଜଣାପଡ଼ିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହି ପ୍ରାର୍ଥୀ ତାଲିକା ଉପରେ ନବୀନ ତାଙ୍କର କସରତ ଜାରି ରଖିଛନ୍ତି।