ପୁଣି ଦୁଇ ସଂକ୍ରମିତଙ୍କର ମୃତ୍ୟୁ, କରୋନାଜନିତ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବରଗଡ଼ର ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଦୁଇ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଉକ୍ତ ଦୁଇ ବ୍ୟକ୍ତିଙ୍କ ଭିତରୁ ଜଣେ ବରଗଡ଼ ଜିଲ୍ଲାର ଜଣେ ପୁରୁଷ ଓ ତାଙ୍କ ବୟସ ୭୬ ବର୍ଷ ବୋଲି ଜଣାଯାଇଛି। ସେ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥିଲେ। ଏହା ବରଗଡ଼ର ପ୍ରଥମ କରୋନା ମୃତ୍ୟୁ ।

ଅନ୍ୟଜଣକ ଗଞ୍ଜାମ ଜିଲ୍ଲାର ଜଣେ ପୁରୁଷ ଓ ତାଙ୍କ ବୟସ ୪୯ ବର୍ଷ ବୋଲି ଜଣାଯାଇଛି। ସେ ଅନ୍ୟ ରୋଗରେ ପୀଡ଼ିତ ଥିଲେ। ଉଭୟଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ଘଟିଛି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୫ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ରାଜ୍ୟରେ ମୋଟ୍ ୩୫୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୭ ରହିଛି।

ସମ୍ବନ୍ଧିତ ଖବର