କଟକରୁ ୨୩ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭

କଟକ: ଆଜି କଟକ ଜିଲ୍ଲାରେ ୨୩ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମାହାଙ୍ଗା ବ୍ଲକରେ ୬ ଜଣ, ଆଠଗଡ଼ରେ ଜଣେ, କାନପୁରରେ ୬ ଜଣ, ଟାଙ୍ଗୀରେ ଜଣେ, ବାଙ୍କୀରେ ୩ଜଣ, ନିଆଳିରେ ୨ ଜଣ, ସାଲେପୁରରେ ଜଣେ, ଏନଡିଆରଏଫ୍‌ରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ଜିଲ୍ଲାରୁ ଗତ ଏପ୍ରିଲ ୪ ତାରିଖରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ଜିଲ୍ଲାରେ ଏପ୍ରିଲ ମାସରେ ଆଉ କୌଣସି ବ୍ୟକ୍ତି କରୋନାରେ ପୀଡ଼ିତ ନଥିଲେ। କିନ୍ତୁ ମେ’ ମାସରେ ଜିଲ୍ଲାକୁ କରୋନା ପୁଣି ଥରେ ଫେରିଥିଲା। ଗତ ୧୨ ତାରିଖରେ ଜିଲ୍ଲାର ସ୍ଥାନରୁ ଏକକାଳୀନ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ତେବେ ଆଜିର ୨୩ଜଣଙ୍କୁ ମିଶାଇ କଟକ ଜିଲ୍ଲାରୁ ମୋଟ ୪୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୧୩ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୧-୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେବଳ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର