ଦୁର୍ଘଟଣାରେ ୩ ଜୀବନ ଗଲା

ଖଡିଆଳ : ଖଡିଆଳ ଥାନା ଖଡିଆଳ -ଭବାନୀପାଟଣା ୧୬ ନମ୍ବର ରାଜ୍ୟ ରାଜପଥ ରିଷିଗାଁ ପାଖରେ ବୁଧବାର ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗତକାଲି ରାୟଗଡା ଜିଲ୍ଲା ଦରାଗୁଡା ଥାନା ଉଛେପଦର ଗ୍ରାମର ବିନୋଦ ମାଝୀ (୨୫) ଓ ମକର ଝାଡିଆ (୧୯) ଏକ ବାଇକ (ଓଡି – ୦୮ -୬୪୧୨) ଯୋଗେ ଖଡିଆଳ ପଟକୁ ଆସୁଥିଲେ। ହେଲେ ରାଜ୍ୟ ରାଜପଥ ୧୬ ନମ୍ବର ରିଷିଗାଁ ଗ୍ରାମ ପାଖରେ ବିପରୀତ ଦିଗରୁ ଆସୁଥିବା ଏକ ବଲେରୋ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବିନୋଦ ଓ ମକର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଖଡିଆଳ ମିଶନ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର